Latest Odisha News

କୂଅରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଗଣିଆ-କଣ୍ଟିଲୋ ରାସ୍ତା ଅବରୋଧ

ନୟାଗଡ଼: କୂଅରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ପ୍ରତିବାଦରେ ରାସ୍ତାରୋକ । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବେଲପଡା ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଗତକାଲି ବିଦ୍ୟାଳୟରୁ ଶୌଚ ଯିବାକୁ କହି ଆଉ ଫେରିନଥିଲେ। ବହୁ ଖୋଜାଖୋଜି ପରେ କୌଣସି ପତ୍ତା ମିଳିନଥିଲା। ଆଜି ଗାଁ ମୁଣ୍ଡରେ ଥିବା ପରିତ୍ୟକ୍ତ କୂଅରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର। ପ୍ରତିବାଦରେ ଗଣିଆ ଛକରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ। ଫଳରେ ଗଣିଆରୁ କଣ୍ଟିଲୋ ଓ ଦଶପଲ୍ଲାକୁ ଗାଡି ଚଳାଚଳ ବନ୍ଦ ରହିଛି। ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ।

ଆଜି ମୃତଦେହ ଉଦ୍ଧାର ହେଲା ପରେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଗଣିଆ-ଦଶପଲା ଓ ଗଣିଆ – କଣ୍ଟିଲୋ ରାସ୍ତା ଅବରୋଧ କରିଛନ୍ତି।

 

Comments are closed.