Latest Odisha News

BREAKING NEWS

ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଓୟୁଏଟି ପ୍ରଫେସରଙ୍କ ସନ୍ଦେହଜନକ ମୃତ୍ୟୁ । ଷ୍ଟାଫ୍ କ୍ୱାର୍ଟର୍ସ ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ବାସନ୍ତୀ ଜେନା । ଗତକାଲି ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ଅଧିକ ଖୋଳତାଡ କରୁଛି ଖଣ୍ଡଗିରି ଥାନା ପୋଲିସ ।

ବାସନ୍ତୀଙ୍କ ସ୍ୱାମୀ ଓୟୁଏଟିରେ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି । ୨୦୧୨ ମସିହାରେ ଉଭୟ ବିବାହ କରିଥିଲେ । ପାରିପାର୍ଶ୍ୱିକ ସ୍ଥିତି ଦେଖି ଆତ୍ମହତ୍ୟା ସନ୍ଦେହ କରାଯାଉଛି । ଯଦି ବାସନ୍ତୀ ଜୀବନ ହାରିଲେ ଏହା ପଛର କାରଣ କଣ ହୋଇପାରେ ? ଖଣ୍ଡଗିରି ଥାନା ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ଖୋଳତାଡ ଜାରି ରଖିଛି ।

Comments are closed, but trackbacks and pingbacks are open.