Latest Odisha News

କବିତା : ଦାୟୀ

ଗଦାଧର ସାହୁ

ମୋତେ ଯିଏ
ଭଲ ପାଉଥିଲେ
ସେ କାଲି ଚାଲିଗଲେ ,
ଯିଏ ଘୃଣା କରୁଥିଲେ
ସେ ଆଜି ଚାଲିଗଲେ ।

ହେଲେ ଏଇଠି
ଏତିକିରେ ସରିଲାନି
ଘୃଣା କରିବା
ଭଲ ପାଇବା ।

ଅତଏବ
ମୁଁ ଖୋଜି ଚାଲିଲି
ମୁଁ ଘୃଣାରେ ଦାୟୀ
ନା’ ଭଲ ପାଇବାରେ ?

 

Comments are closed, but trackbacks and pingbacks are open.