Latest Odisha News

BREAKING NEWS

ଶିମିଳିପାଳ ଜଙ୍ଗଲରୁ ଉଦ୍ଧାର ହେଲା ଯୁବକର ମର ଶରୀର, ବନ କର୍ମଚାରୀଙ୍କ ଗୁଳିରେ ପ୍ରାଣ ହାରିଥିବା ଅଭିଯୋଗ

ମୟୂରଭଞ୍ଜ: ଗୁରୁବାର ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତଦେହ ଶିମିଳିପାଳ ଜଙ୍ଗଲ ଭିତରୁ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ବାଙ୍ଗିରିପୋଷି ଥାନା ତାଳବନ୍ଧ ଫରେଷ୍ଟ ରେଞ୍ଜ ବୁରୁଡି ଗାଁର ଜଗନ୍ନାଥ ହେମ୍ବ୍ରମ ଯିଏକି ଗାଈ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିଲେ। ପରେ ଜଙ୍ଗଲ ଭିତରକୁ ଯାଇ ଆଉ ଫେରିନଥିଲେ। ଏହାପରେ ତାଙ୍କ ମର ଶରୀର ଉଦ୍ଧାର ହୋଇଛି।

ଜଗନ୍ନାଥ କେଉଁଠି ଅଛନ୍ତି ବୋଲି ଚିନ୍ତା କରି ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରିଥିଲେ, ଯାହା ଫଳରେ ଶିମିଳିପାଳ ଜଙ୍ଗଲ ଭିତରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଜଙ୍ଗଲ ଭିତରେ ଶିକାରୀଙ୍କ ସହ ଏନକାଉଣ୍ଟର ବେଳେ ଜଗନ୍ନାଥଙ୍କୁ ବନ କର୍ମଚାରୀମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ବନ ବିଭାଗ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ ଭିତ୍ତିହୀନ ବୋଲି କହିଛି।

ଜଗନ୍ନାଥଙ୍କ ମର ଶରୀର ଉଦ୍ଧାର ହେବା ପରେ ତାଙ୍କ ଗାଁ ଓ ଆଖପାଖ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ କୌଣସି ପ୍ରକାର ଅଘଟଣକୁ ରୋକିବା ପାଇଁ ଦୁଇ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି। ଜଗନ୍ନାଥଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

Leave A Reply

Your email address will not be published.