Latest Odisha News

BREAKING NEWS

ଏ ବର୍ଷ ଶୁଭିବନି କାଉଡିଆଙ୍କ ବୋଲବମ ଡାକ, ଲାଗିଲା କଟକଣା

ଭୁବନେଶ୍ୱର: ଚଳିତ ବର୍ଷ ବନ୍ଦ ରହିବ ବୋଲବମ ଯାତ୍ରା । ଆଉ ଶୁଭିବନି କାଉଡିଆଙ୍କ ବୋଲବମ ଡାକ । ବୋଲବମ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ସରକାର । ମହାକାରୀ କରୋନାର ପ୍ରକୋପ ଦେଖି ଏଭଳି ନିଷ୍ପତି ନିଆଯାଇଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଶ୍ରାବଣ ସୋମବାରରେ ଶିବ ମନ୍ଦିରମାନଙ୍କରେ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିବ ନାହିଁ । ସେମାନଙ୍କୁ ଶିବ ମନ୍ଦିରରେ ଶ୍ରାବଣୀ ପାଣି ଢ଼ାଳିବାକୁ ଅନୁମତି ଦିଆଯିବ ନାହିଁ । ରାଜ୍ୟରେ ଜୁଲାଇ ୩୧ ତାରିଖ ଯାଏ କରୋନା ଲକ ଡାଉନ ଜାରି ରହିଛି । ଏହି ସମୟରେ ସାମାଜିକ , ଧାର୍ମିକ , ରାଜନୈତିକ ସମାବେଶ କିମ୍ବା ଉତ୍ସବ ଉପରେ କଟକଣା ଜାରି କରାଯାଇଛି । ତେଣୁ ଶ୍ରାବଣମାସରେ କାଉଡିଆଙ୍କ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ସରକାର ।

ଭିଡ଼କୁ ଦୃଷ୍ଟିରେ ରଖି ତଥା ମନ୍ଦିର ବନ୍ଦ ଥିବାରୁ ବୋଲବମ୍ ଯାତ୍ରା ବନ୍ଦ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କୌଣସି ଭକ୍ତଙ୍କୁ ବୋଲବମ୍ ଯାତ୍ରାରେ ନ ଯିବାକୁ ସରକାର ତାଗିଦ୍ କରିଛନ୍ତି। ଜିଲ୍ଲା ପ୍ରଶାସନ ଏହି ନିର୍ଦ୍ଦେଶାନାମାର ତଦାରଖ କରିବେ ।

Leave A Reply

Your email address will not be published.