Latest Odisha News

BREAKING NEWS

ବଢ଼ିଲା ଆୟକର ରିଟର୍ଣ୍ଣ ଅବଧି

ନୂଆଦିଲ୍ଲୀ: ପୁଣି ବୃଦ୍ଧି ପାଇଲା ଆୟକର ରିଟର୍ଣ୍ଣ ଅବଧି । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ଆୟକର ବିଭାଗ । କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ସମୟ ବୃଦ୍ଧି ପାଇଛି । ଏଥିସହ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଡ଼େଡ଼ଲାଇନ ମଧ୍ୟ ଘୁଞ୍ଚିଛି। ଏନେଇ ଆୟକର ବିଭାଗ ଟ୍ୱଇଟ୍ କରି ସୂଚନା ଦେଇଛି । ଟ୍ୱିଟ୍‌ରେ ଲେଖାଯାଇଛି ଯେ, ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଆୟକର ଫାଇଲିଙ୍ଗ୍  ନଭେମ୍ବର ୩୦ତାରିଖ, ୨୦୨୦ ଯାଏଁ ବଢ଼ାଇ ଦିଆଗଲା।

ଟିକସ ଦାତାଙ୍କୁ ଆହୁରି ଆଶ୍ବସ୍ତି ଦେଇ ଗତ ସପ୍ତାହରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ୍ ଟ୍ୟାକ୍ସ୍ ବିଜ୍ଞପ୍ତି ମାଧ୍ୟମରେ ଆର୍ଥିକ ବର୍ଷ ୨୦୧୮-୧୯ର ସମୟ ସୀମା ଆହୁରି ମାସେ ବଢ଼ାଇ ଦେଇ ଜୁଲାଇ ୩୧, ୨୦୨୦ କରିଥିଲେ। ଆହୁରି ମଧ୍ୟ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ବର୍ଷ ୨୦୧୯-୨୦ ଆଇଟି ଆକ୍ଟ୍‌ରେ ଥିବା ବିଭିନ୍ନ ବିନିଯୋଗରୁ ଡିଡକ୍ସନ ଲାଗି ସମୟ ସୀମା ଜୁଲାଇ ୩୧, ୨୦୨୦ ଘୁଞ୍ଚାଇ ଦେଇଥିଲେ।

Leave A Reply

Your email address will not be published.