Latest Odisha News

ବୋଲେରୋ ଦୁର୍ଘଟଣାରେ ୧୩ ଜଣ ଆହତ

ବରଗଡ଼: ଗାଈକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାର ଶିକାର ହେଲ ବୋଲେରୋ । ଏଥିରେ ୧୩ ଜଣ ଆଙତ ହୋଇଛନ୍ତି । ବରଗଡ଼ ଜିଲ୍ଲା ଘୁଲିପାଳି ଛକଠାରେ ଏହି ଦୁର୍ଘଟଣା ଘଟିଛି । ରାସ୍ତାରେ ବୁଲୁଥିବା ଗାଈକୁ ବଞ୍ଚାଇବାକୁ ଯାଇ ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଥିଲା । ଆହତଙ୍କ ମଧ୍ୟରୁ ୬ ଜଣଙ୍କର ଅବସ୍ଥା ଗୁରୁତର ରହିଛି ।

ଖବର ପାଇ ଘଟଣାସ୍ଥଳରେ ସଂକଳ୍ପ ପରିବାର ନାମକ ସାମାଜିକ ସଂଗଠନର ସଦସ୍ୟ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା । ୬ ଗୁରୁତରଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି । ବୋଲେରୋରେ ଛତିଶଗଡ଼ ନମ୍ବର ରହିଛି । ଏଥିରେ ୨ ଜଣ ଶିଶୁ ବି ଥିବା ସୂଚନା ମିଳିଛି ।

Leave A Reply

Your email address will not be published.