Latest Odisha News

BREAKING NEWS

ବଡଦାଣ୍ଡରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିବସ

ପୁରୀ : ଶ୍ରୀକୃଷ୍ଣ ଲୀଳାର ଗୁରୁବାର ଅନ୍ତିମ ଦିବସ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି କୃଷ୍ଣଲୀଳାର ଶେଷ ଦିବସରେ କଂସ ମହାରାଜଙ୍କୁ ଶ୍ରୀକୃଷ୍ଣ ବଦ୍ଧ କରିବେ । ଗତମାସ ୨୯ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଗୁରୁବାର ଶେଷ ଦିନ । ପୁରୀ ବଡଦାଣ୍ଡରେ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ ।

ଗୁରୁବାର ଅପରାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରିବେ । ଲବଣୀଖିଆ ମଣ୍ଡପରେ ମହାଭୋଇ ପରିବାରର ବୋହୂମାନଙ୍କ ହାତରୁ ଲବଣୀ ଖାଇବା ପରେ ମଥୁରା ନଗର ଅର୍ଥାତ ବଡଦାଣ୍ଡରେ ପହଞ୍ଚିବା ପରେ ସେଠାରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ପର୍ବ ଅନୁଷ୍ଠିତ ହେବାର ରହିଛି ପରମ୍ପରା ।

ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ପ୍ରଭୁ ଶ୍ରୀକୃଷ୍ଣ ରାକ୍ଷସ ରାଜା କଂସଙ୍କ ମଧ୍ୟରେ ଯୁଦ୍ଧ ହେବ । ଶେଷରେ ଶ୍ରୀକୃଷ୍ଣ ମହାରାଜ କଂସଙ୍କୁ ନିଧନ କରିବା ପରେ ମହାପ୍ରଭୁଙ୍କ ପାଲିଙ୍କି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ ।

Leave A Reply

Your email address will not be published.