କଟକ: ଡିଭାଇଡର୍ ଭାଙ୍ଗି କଣ୍ଟେନର୍ ସହ ପିଟିହେଲା ବୋଲେରୋ । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଯାଇଛି । କଟକଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଇଁଚୁଆ ରଜକଣା ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
ମିଳିଥିବା ଖବର ଅନୁଯାୟୀ ସୁନ୍ଦରଗଡ଼ ରୁ ପୁରୀ ଯାଉଥିବା ଏକ ବୋଲେର ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡରରେ ଚଡ଼ିଯାଇ ରାସ୍ତା ଆର ପାଖକୁ ଚାଲିଯାଇଥିଲା । ଏହି ସମୟରେ ରାସ୍ତା ଆରପଟେ ଆସୁଥିବା ଏକ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା ।
ଦୁର୍ଘଟଣା ଘଟିବା ପରେ ଜାତୀୟ ରାଜପଥ କର୍ମଚାରୀ ଓ ଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ । ବର୍ତ୍ତମାନ ପଯ୍ୟନ୍ତ ଗୁରୁତର କିମ୍ବା ମୃତକଙ୍କ ପରିଚୟ ମିଳିପାରିନାହିଁ । ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ୍ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
Comments are closed.