Latest Odisha News

BREAKING NEWS

ପଞ୍ଜାବର ଷ୍ଟେଟ୍‌ ଆଇକନ୍‌ ହେଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଦ୍ୱାରା ବଲିଉଡ୍‌ ଅ‌ଭିନେତା ସୋନୁ ସୁଦ ପଞ୍ଜାବର ଷ୍ଟେଟ୍‌ ଆଇକନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ସୋନୁ ସୁଦ୍‌ଙ୍କୁ ଏବେ ପଞ୍ଜାବରେ ନିର୍ବାଚନ ସହ ଜଡିତ ସଚେତନତା ପ୍ରସାରରେ ଦେଖିବାକୁ ମିଳିବ। ତାଙ୍କ ନିଯୁକ୍ତି ସମ୍ପର୍କରେ ସୋମବାର ନିର୍ବାଚନ ଆୟୋଗ ଏକ ଚିଠି ଜାରି କରିଛନ୍ତି।

ଲକଡାଉନ୍ ସମୟରେ ସୋନୁ ସୁଦ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିଥିଲେ। ପ୍ରବାସୀ ଶ୍ରମିକମାନଙ୍କୁ ଘର ଯୋଗାଇବାଠାରୁ ଆରମ୍ଭ କରି ବେରୋଜଗାରମାନଙ୍କୁ ରୋଜଗାରକ୍ଷମ କରାଇବା ପର୍ଯ୍ୟନ୍ତ ସୋନୁ ସୁଦ ଅନେକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛନ୍ତି। ଏହି କାର୍ଯ୍ୟ ପାଇଁ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରାଯାଇଥିଲା ଏବଂ ବର୍ତ୍ତମାନ ନିର୍ବାଚନ ଆୟୋଗ ତାଙ୍କୁ ଏକ ନୂତନ ଦାୟିତ୍ୱ ଦେଇଛନ୍ତି।

ସୋନୁ ସୁଦ ହିନ୍ଦୀ, ତାମିଲ ଏବଂ ପଞ୍ଜାବୀ ସମେତ ଅନେକ ଭାରତୀୟ ଭାଷାରେ ନିର୍ମିତ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ବିହାର ବିଧାନସଭା ନିର୍ବାଚନ ସମୟରେ ଅଭିନେତା ସୋନୁ ସୁଦ ମଧ୍ୟ ଜନସାଧାରଣଙ୍କୁ ଏକ ବିଶେଷ ବାର୍ତ୍ତା ଦେଇଥିଲେ। ବୁଦ୍ଧିମାନ ଭାବରେ ଭୋଟ୍ ଦେବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ।

ସୋନୁ ସୁଦ ଲକଡାଉନରେ ତାଙ୍କ କାର୍ଯ୍ୟ ବିଷୟରେ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି। ଡିସେମ୍ବରରେ ତାଙ୍କ ପୁସ୍ତକ ‘ଆଇ ଆମ୍ ନୋ ମେସିହା’ ଲଞ୍ଚ ହେବ। ଏହି ବିଷୟରେ ସୋନୁ କହିଛନ୍ତି ଯେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କ ପରି ଏହା ମୋ ଜୀବନର କାହାଣୀ। ଏହି ପୁସ୍ତକରେ ସୋନୁ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରି ତାଙ୍କ ଜୀବନ କିପରି ବଦଳିଛି ତାହା ବର୍ଣ୍ଣନା କରାଯାଇଛି।

Leave A Reply

Your email address will not be published.