Latest Odisha News

ବିନା ଦୋଷରେ ବନ୍ଦୀ ଥିଲେ, ଏବେ ଜେଲ୍‌ରୁ ମୁକୁଳିଲେ ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ: ବିନା ଦୋଷରେ ଡ୍ରଗ୍ସ କେସ୍‌ରେ ଫସି ବିଦେଶ ଜେଲ୍‌ରେ ବନ୍ଦୀ ଥିଲେ ବଲିଉଡ୍ ଅଭିନେତ୍ରୀ କ୍ରୀଷନ ପରେରା। ଗତକାଲି ସେ ଜେଲ୍‌ରୁ ମୁକୁଳିଛନ୍ତି। ଏନେଇ ତାଙ୍କ ଭାଇ ତାଙ୍କୁ କେଭିନ ପରେରା ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି। ଭିଡିଓରେ କେଭିନ କ୍ରୀଷନଙ୍କ ସହ କଥା ହେଉଥିବା ବେଳେ ମାଆ ପ୍ରିମିଲା ଖୁସୀରେ ନାଚୁଥିବା ଦେଖିବାକୁ ମିଳିଛି।

ଫସାଇଥିବା ଦୁଇ ଷଡ଼ଯନ୍ତ୍ରକାରୀଙ୍କୁ ମୁମ୍ବାଇ ପୁଲିସ ଗିରଫ କରିବା ପରେ ୟୁନାଇଟେଡ୍‌ ଆରବ ଏମିରେଟ୍‌ର ଶରଜାହ ଜେଲ୍‌ରୁ ଅଭିନେତ୍ରୀଙ୍କୁ ଛାଡ଼ି ଦିଆଯାଇଛି। କ୍ରୀଷନ ଧରିଥିବା ଟ୍ରଫିରେ ଡ୍ରଗ୍ସ ବାହାରିବାରୁ ଚଳିତ ମାସ ଆରମ୍ଭରୁ ପରେରାଙ୍କୁ ଶରଜାହ ପୁଲିସ ଗିରଫ କରିଥିଲା। ଗତ କାଲି ସେ ଜେଲ୍‌ରୁ ମୁକୁଳିବା ପରେ ତାଙ୍କ ପରିବାର ଖୁସୀରେ ଆତ୍ମବିଭୋର ହୋଇଛନ୍ତି।

 

View this post on Instagram

 

A post shared by Kevin Pereira (@kevin.pereira8)

୨୭ ବର୍ଷୀୟା ପରେରା ବଲିଉଡ୍‌ର ସଡ଼କ-୨ ଓ ବାଟଲା ହାଉସ ଭଳି ଫିଲ୍ମରେ ଅଭିନୟ କରିସାରିଛନ୍ତି। ତାଙ୍କୁ ଏପ୍ରିଲ ମାସ ଆରମ୍ଭରେ ଡ୍ରଗ୍ସ କାରବାର ଅଭିଯୋଗରେ ୟୁନାଇଟେଡ୍ ଆରବ ଏମିରାଟ୍‌ର ଶରଜାହ ପୁଲିସ ଗିରଫ କରିଥିଲା।

କ୍ରୀଷନଙ୍କୁ ଫସାଇ ଥିବା ଦୁଇ ଅପରାଧିଙ୍କୁ ଗିରଫ କରିଥିଲା ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ। ବୋରିଭଲିରେ ଆନ୍ଥୋନୀ ଓ ସିନ୍ଧୁଦୁର୍ଗର ରବି ଏକ ଅଡିସନ ବାହାନାରେ ଅଭିନେତ୍ରୀଙ୍କୁ ଦୁବାଇ ପଠାଇ ଫସାଇ ଦେଇଥିଲେ। ଅଭିନେତ୍ରୀଙ୍କ ମାଆଙ୍କ ଉପରେ ରାଗ ସୁଝାଇବାକୁ ଏଭଳି ଷଡ଼ଯନ୍ତ୍ର ରଚିଥିଲା ଆନ୍ଥୋନୀ ପଲ। ପ୍ରିମିଲା ଥାନାରେ ମାମଲା କରିବା ପରେ ତଦନ୍ତରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

 

Comments are closed.