Latest Odisha News

BREAKING NEWS

ପୁଅ ସମ୍ରାଟ ସହ ଜଗା ଦର୍ଶନ କଲେ ଅଭିନତ୍ରୀ ଜୟପ୍ରଦା

ପୁରୀ:ପୁରୀରେ ବଲିଉଡ ଅଭିନେତ୍ରୀ  ଜୟପ୍ରଦା । ଶ୍ରୀକ୍ଷେତ୍ରରେ ପହଞ୍ଚି ଜଗା ଦର୍ଶନ କରିଛନ୍ତି । ପୁଅ ସମ୍ରାଟ ସହ ପୁରୀରେ ପହଞ୍ଚିବା ପରେ ସେଠାରୁ ସିଂହଦ୍ୱାର ଅଭିମୁଖେ ଯାଇଥିଲେ ।  ସିଂହଦ୍ୱାରରେ ପହଁଚିବା ପରେ ତାଙ୍କୁ ସେବାୟତ ମଧୁସୂଦନ ସିଂହାରୀ ସ୍ୱାଗତ କରିଥିଲେ ।ପରେ ଜୟାପ୍ରଦା ଶ୍ରୀମନ୍ଦିର ରେ ଜଗାଦର୍ଶନ ସହ ବେଢ଼ା ପରିକ୍ରମା ଓ ବିମଳା ଓ ଲକ୍ଷ୍ମୀ ମନ୍ଦିର ଦର୍ଶନ କରିଥିଲେ । ଜଗନ୍ନାଥ ଦର୍ଶନ କରି ଭାବ ବିହ୍ୱଳ ହୋଇ ପଡିଥିଲେ ଜୟପ୍ରଦା ।

ଦୀର୍ଘ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ ଅଭିନେତ୍ରୀ ଜୟପ୍ରଦା ।  ଅଭିନୟ ପାଇଁ ସେ ତିନି ଥର ଫିଲ୍ମଫେୟାର ସମ୍ମାନ ପାଇଥିଲେ । ସମୟକ୍ରମେ ଅଭିନେତ୍ରୀରୁ ରାଜନେତ୍ରୀ ହୋଇ ଯାଇଥିଲେ ଜୟପ୍ରଦା । ଆଜି ରାମନବମୀ ଅବସରରେ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ ଦର୍ଶନ କରି ଖୁବ ଆନନ୍ଦ ଅନୁଭବ କରିଥିଲେ, ନିଜର ମାନସିକ ରଖିଥିଲେ ଜୟପ୍ରଦା ।

ଏହି ଅବସରରେ ମିଡିଆକୁ ସାକ୍ଷାତ ଦେଇ କହିଥିଲେ, ଜଗନ୍ନାଥ ମନ୍ଦିର ଏମିତି ଏକ ମନ୍ଦିର ଯେଉଁଠି ନିଜକୁ ଭୁଲିଯିବାର  ଏକ ଶକ୍ତି ରହିଛି  । ଜଗନ୍ନାଥ ଦର୍ଶନ କରି ସେ ନିଜକୁ ଧନ୍ୟ ମନେ କରିଛନ୍ତି  । ଏହି ଅବସରରେ ସେ ପୁରୀବାସୀ ତଥା ଓଡ଼ଶାବାସୀଙ୍କର ମଙ୍ଗଳକାମନା କରିଥିଲେ ।   ଜୟପ୍ରଦାଙ୍କ ଭବିଷ୍ୟତ କାର୍ଯପନ୍ଥ ବିଷୟରେ ପଚାରିବାରୁ  ଜଗନ୍ନାଥ ଯାହା ନିର୍ଦ୍ଦେଶ ଦେବେ ସେ ତାହା କରିବେ ବୋଲି କହିଛନ୍ତି ।   ପୁଅ ସମ୍ରାଟ ସହ ଦର୍ଶନର ଏହି ଅବସର ଖୁବ ସୁନ୍ଦର ଥିଲା ଏବଂ ମହାପ୍ରଭୁ ମନୋବାଞ୍ଛା ପୁରଣ କରିବେ ବୋଲି ସେ କହିଛନ୍ତି ।ଏହାସହିତ ପବିତ୍ର ରାମନବମୀରେ ଓଡିଶା ବାସୀଙ୍କୁ ଶୁଭେଛା ଜଣାଇଛନ୍ତି ଜୟପ୍ରଦା ।

Leave A Reply

Your email address will not be published.