Latest Odisha News

BREAKING NEWS

ଜାଣନ୍ତୁ, ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର-୨’କୁ ନେଇ କ’ଣ ଟ୍ୱିଟ୍ କଲେ ଟାଇଗର

ମୁମ୍ବାଇ : ଷ୍ଟାର କିଡ୍ସ ଟାଇଗର୍ ଶ୍ରଫ୍ ଅଭିନୀତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର-୨’ର ଟ୍ରେଲର ରିଲିଜ୍ ହୋଇଛି।

ଏନେଇ ଟ୍ୱିଟ୍ କରିଛନ୍ତି ଅଭିନେତା ଟାଇଗର୍ ।

ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ତାରା ସୁତାରିୟା ଓ ଅନନ୍ୟା ପାଣ୍ଡେ ବଲିଉଡ଼ରେ ଡେବ୍ୟୁ କରୁଛନ୍ତି । ଏଥିସହିତ ଦୁହେଁ ଟାଇଗର ଶ୍ରଫଙ୍କ ଅପୋଜିଟରେ ସ୍କ୍ରିନ ଶେୟାର କରୁଛନ୍ତି।

ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ରିଲିଜ ହେବା ପରେ ଏହାକୁ ଦର୍ଶକଙ୍କ ଖୁବ୍ ଭଲ ରେସପୋନ୍ସ ମିଳିପାରିଛି । ଟ୍ରେଲରରେ ଟାଇଗରଙ୍କ ଜବରଦସ୍ତ ଆକ୍ସନ ଅବତାର ଦେଖିବାକୁ ମିଳିଛି।

କରଣ ଜୋହରଙ୍କ ପ୍ରଯୋଜନରେ ନିର୍ମିତ ଏହି ଫିଲ୍ମରେ ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳିବ।

‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ର ଏହା ହେଉଛି ଦ୍ୱିତୀୟ ଭାଗ। ଫିଲ୍ମଟି ଚଳିତ ବର୍ଷ ମେ ୧୦ ତାରିଖରେ ପରଦାରେ ରିଲିଜ ହେବାକୁ ଯାଉଛି ।

Comments are closed.