ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଅଧ୍ୟକ୍ଷ ଗୋପ ମହାପାତ୍ରଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି। ଥାନା ପଛରେ ଏହି ଆକ୍ରମଣ କରାଯାଇଥିବା ନେଇ ସୂଚନା ମିଳିଛି। ଗତକାଲି ରାତିରେ ୪ଟି ବାଇକରେ ୭ ରୁ ୮ ଜଣ ଯୁବକ ଆସି ବୋମାମାଡ଼ କରି ଫେରାର ହୋଇଛନ୍ତି । ସେତେବେଳକୁ ପୌରପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଘରେ ନଥିଲେ।
ପରିବାରର ଅନ୍ୟ ସଦସ୍ୟ ଘରେ ଥିଲେ । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। କିଏ ଓ କାହିଁକି ବୋମା ମାଡ଼ କଲା କାରଣ ଜଣାପଡ଼ିନି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନବିନ କରୁଛି। ସିସିଟିଭି କ୍ୟାମେରାରୁ ସଂପୃକ୍ତ ଯୁବକଙ୍କୁ ଚିହ୍ନଟ କରିଛି ପୋଲିସ।
ସୂଚନାଯୋଗ୍ୟ, ଗତମାସ ମଧ୍ୟ ପୁରୀ ସାକ୍ଷୀଗୋପାଳ କଲେଜ ଛକ ନିକଟରେ ବୋମାମାଡ଼ ହୋଇଥିଲା। ୨ରୁ ଅଧିକ ବୋମାମାଡ଼ ହୋଇଥିଲା। ବୋମାମାଡ଼ରେ ଏକ କାରର କାଚ ଭାଙ୍ଗିଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ସାକ୍ଷୀଗୋପାଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଥିଲା।