Latest Odisha News

BREAKING NEWS

ବିସ୍ଫୋରଣ ପରେ ଲାଇନଚ୍ୟୁତ ହେଲା ପାକିସ୍ତାନର ଜାଫର ଏକ୍ସପ୍ରେସ: ୩ ମାସ ପୂର୍ବରୁ ହୋଇଥିଲା ହାଇଯାକ୍….

ନୂଆଦିଲ୍ଲୀ: ପାକିସ୍ତାନର ଜାଫର ଏକ୍ସପ୍ରେସ ଏକ ଶକ୍ତିଶାଳୀ ବିସ୍ଫୋରଣ ପରେ ଲାଇନଚ୍ୟୁତ ହୋଇଛି । ପ୍ରଥମେ ଟ୍ରେନରେ ବିସ୍ଫାରଣ ହେବା ପରେ ଏହାର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଜାକୋବାବାଦରେ ଟ୍ରାକରେ ଏକ ଶକ୍ତିଶାଳୀ ବିସ୍ଫୋରଣ ପରେ ଏହାର ୪ଟି କୋଚ୍ ଲାଇନଚ୍ୟୁତ ହୋଇଛି। କୁହାଯାଉଛି ଯେ ଏହି ଟ୍ରେନଟି ପେଶାୱାରରୁ କୋଟା ଯାଉଥିଲା। କିନ୍ତୁ ଏକ ଶକ୍ତିଶାଳୀ ବିସ୍ଫୋରଣ ପରେ ମଙ୍ଗଳବାର ଜାକୋବାବାଦ ନିକଟରେ ଜାଫର ଏକ୍ସପ୍ରେସର ୪ଟି କୋଚ୍ ଲାଇନଚ୍ୟୁତ ହୋଇଛି। ରେଳ ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ସେପଟେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ କିମ୍ବା ଗୁରୁତର ଆହତ ହୋଇଥିବା ସୂଚନା ମିଳିନାହିଁ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି ଏବଂ ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଉଛି। ବିସ୍ଫୋରଣର କାରଣ ତଦନ୍ତ କରାଯାଉଛି। ଯାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି ଯେ, ଏହା ଏକ ଷଡ଼ଯନ୍ତ୍ର କିମ୍ବା ଅନ୍ତର୍ଘାତ ହୋଇପାରେ, ଯଦିଓ ଏପର୍ଯ୍ୟନ୍ତ ସରକାରୀ ନିଶ୍ଚିତକରଣ କରାଯାଇ ନାହିଁ ।

କାରଣ ଏହା ପର୍ବରୁ ମଧ୍ୟ ଏହି ସମାନ ଟ୍ରେନ ଜାଫର ଏକ୍ସପ୍ରେସକୁ ହାଇଯାକ କରିଥିଲେ ବଲୁଚ୍ ନେତାମାନେ । ଯାହା ପାକିସ୍ତାନର ପେଶାୱର ଏବଂ କ୍ୱେଟା ମଧ୍ୟରେ ଚାଲିଥାଏ। କିଛି ମାସ ପୂର୍ବରୁ ଏହାକୁ ବାଲୁଚ୍ ଲିବରେସନ୍ ଆର୍ମି (ବିଏଲଏ) ଦ୍ୱାରା ବନ୍ଧକ କରାଯାଇଥିଲା। ଏହି ଘଟଣାକୁ ପାକିସ୍ତାନର ରେଳ ଇତିହାସରେ ଗମ୍ଭୀର ସୁରକ୍ଷା ତ୍ରୁଟି ଏବଂ ଆଭ୍ୟନ୍ତରୀଣ ସଂଘର୍ଷର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ଘଟଣା ସମୟରେ ବିଏଲଏର ସଶସ୍ତ୍ର ଯୋଦ୍ଧାମାନେ ଏକ ନିର୍ଜନ ଅଞ୍ଚଳରେ ଟ୍ରେନକୁ ଅଟକାଇ ୪୦୦ରୁ ଅଧିକ ଯାତ୍ରୀଙ୍କୁ ବନ୍ଧକ କରିଥିଲେ। ସେମାନଙ୍କର ଲକ୍ଷ୍ୟ ଥିଲା କଥିତ ମାନବାଧିକାର ଉଲ୍ଲଂଘନ ଏବଂ ବେଲୁଚିସ୍ତାନରେ ସେନାର ଉପସ୍ଥିତି ବିରୁଦ୍ଧରେ ପ୍ରତିବାଦ ପଞ୍ଜିକରଣ କରିବା। ତଥାପି, ପରେ ପାକିସ୍ତାନୀ ସୁରକ୍ଷା ବାହିନୀ ଏବଂ ବିଏଲଏ ମଧ୍ୟରେ ଏକ ରକ୍ତାକ୍ତ ଯୁଦ୍ଧ ହୋଇଥିଲା। ଉଭୟ ପକ୍ଷ କ୍ଷତି ସହିଥିଲେ। ଏହା ପରେ, ବିଏଲଏ ସ୍ୱେଚ୍ଛାକୃତ ଭାବରେ ଯାତ୍ରୀମାନଙ୍କୁ ମୁକ୍ତ କରିଥିଲା। ହେଲେ ଏବେ ପୁଣି ସମାନ ଟ୍ରେନଙ୍କୁ ହାଇଯାକ୍ ଏବେ ପାକିସ୍ତାନର ଚିନ୍ତା ବଢାଇଥିବା ବେଳେ ଏହି କାର୍ଯ୍ୟରେ ବଲୁଚଙ୍କ ହାତ ଥାଇପାରେ ବୋଲି ସନ୍ଧେହ କରାଯାଇଛି ।

ଘଟଣା ପରେ, ରେଳ ଟ୍ରାକ ମରାମତି କାର୍ଯ୍ୟ ଦ୍ରୁତ ଗତିରେ ଆରମ୍ଭ କରାଯାଇଛି ଏବଂ ଅନ୍ୟାନ୍ୟ ଟ୍ରେନଗୁଡ଼ିକର ଚଳାଚଳକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ସୁରକ୍ଷା ସଂସ୍ଥାଗୁଡ଼ିକ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ତଦନ୍ତ ଚାଲିଛି। ରେଳ ପ୍ରଶାସନ ଯାତ୍ରୀମାନଙ୍କୁ ଧର୍ଯ୍ୟ ରଖିବା ଏବଂ ସରକାରୀ ସୂଚନା ପାଳନ କରିବାକୁ ନିବେଦନ କରିଛି।

Comments are closed.