Latest Odisha News

BREAKING NEWS

କରଞ୍ଜିଆ ଟ୍ରେଜେରୀ ଅଫିସରେ ନିଆଁ

ମୟୂରଭଞ୍ଜ: କରଞ୍ଜିଆ ଟ୍ରେଜେରୀ ଅଫିସରେ ଅଗ୍ନିକାଣ୍ଡ । ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ବହୁ କମ୍ପ୍ୟୁଟର ଯନ୍ତ୍ରାଂଶ ପୋଡି ନଷ୍ଟ ହୋଇଯାଇଛି । ଆଜି ଭୋର ଚାରିଟା ସମୟରେ ନିଆଁ ଲାଗିଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ମଙ୍ଗଳବାର ସକାଳ ସମୟ ପ୍ରାୟ ୪ଟା ସମୟରେ ହଠାତ୍‌ ଟ୍ରେଜେରୀ ଅଫିସରେ ନିଆଁ ଲାଗିଯାଇଥିଲା । ଯାହାର ଖବର ତୁରନ୍ତ ନିକଟସ୍ଥ ଅଗ୍ନିଶମ ବାହିନୀକୁ ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା । ତେବେ କିଛି ସମୟ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ନିଆଁ କିପରି ଲାଗିଲା ଜଣା ପଡିନଥିଲେ ବି ଏହା ସର୍ଟ ସର୍କିଟ ଯୋଗୁଁ ଲାଗିଥିବା ଅନୁମାନ କରାଯାଉଛି । ସେଠାରେ ୫ରୁ ଅଧିକ ସୁରକ୍ଷା କର୍ମୀ ମୁତୟନ ଥିବା ସତେ କିପରି ନିଆଁ ଲାଗିଲା ତଦନ୍ତ କରାଯାଉଛି ।

 

Leave A Reply

Your email address will not be published.