Latest Odisha News

BREAKING NEWS

ବିଳମ୍ବିତ ରାତିରେ କେନ୍ଦ୍ରାପଡାରେ ବୋମାମାଡ଼

ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଂଚଳର ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବା ନିକଟରେ ବୋମାମାଡ଼ ହୋଇଥିବା ସୂଚନା ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ତିନି ଜଣ ଦୃବୁତ୍ତ ଏକ ବାଇକରେ ଆସି ଢାବା ନିକଟରେ ୨ ଟି ବୋମାମାଡ କରିଥିଲେ । ତେବେ  ଏହି ବୋମାମାଡରେ କୈଣସି କ୍ଷୟକ୍ଷତି ହୋଇନଥିବା ବେଳେ ଏହାର କାରଣ ଏବେବି ଅସ୍ପଷ୍ଟ ରହିଛି ।

ଘଟଣା ସଂପର୍କରେ ଖବର ପାଇ ମାର୍ଶାଘାଇ ପୋଲିସ ଏବଂ କେନ୍ଦ୍ରାପଡା ଜିଲ୍ଲା ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.