Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ, ବୋମା ବିସ୍ଫୋରଣରେ ଅଟୋ ଡ୍ରାଇଭର ଗୁରୁତର

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ରବିବାର ଦିନ ଏକ ଅଟୋ ମଧ୍ୟରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଯୋଗୁଁ ଡ୍ରାଇଭର୍ ଗୁରୁତର ଆହତ ହୋଇଛନ୍ତି ।

ଏହି ବୋମା ବିସ୍ଫୋରଣ ରବିବାର ସନ୍ଧ୍ୟା ୮ଟା ସମୟରେ ଘଟିଥିବାର ସୂଚନା ମିଳିଛି ।

ଏହି ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇଥିବା ଅଟୋ ଡ୍ରାଇଭର୍ ହେଲେ ଗୋବିନ୍ଦ ରାଓ । ତାଙ୍କର ଡାହାଣ ଗୋଡ଼ଟି ଏହି ବିସ୍ଫୋରଣରେ ଅଧିକ ଆଘାତପ୍ରାପ୍ତ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ଡ୍ରାଇଭର ଜଣକ ଅଟୋକୁ ବିଜେବି ନଗରରୁ ବିଜୟଲକ୍ଷ୍ମୀ ବସ୍ତିକୁ ଯାଉଥିବା ସମୟରେ ବଡ଼ଗଡ଼ ଥାନା ଅନ୍ତର୍ଗତ ରବି ଟକିଜ୍ ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ସୌଭାଗ୍ୟବଶତଃ ଏହି ସମୟରେ ଅଟୋ ମଧ୍ୟରେ କୌଣସି ଯାତ୍ରୀ ନଥିଲେ ।

ଏହି ଘଟଣା ସମ୍ପର୍କରେ ଜାଣିବା ପରେ ବଡ଼ଗଡ଼ ଥାନା ପୋଲିସ ତୁରନ୍ତ ସେଠାକୁ ଆସି ଅଟୋରିକ୍ସାକୁ ଜବତ କରିଥିଲେ । ସୂତ୍ରରୁ ଜଣାପଡ଼ିଛି ଯେ, ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି । ଏହି ତିନିଚକିଆ ଯାନରେ ପୂର୍ବରୁ ଅନ୍ୟ କେହି ବୋମା ରଖିଥିଲେ କି ନିଜେ ଡ୍ରାଇଭର ଜଣକ ଏହି ବୋମା ମହଜୁଦ ରଖି ଅଟୋ ଚଳାଉଥିଲେ ।

Leave A Reply

Your email address will not be published.