Latest Odisha News

BREAKING NEWS

ରୋହିତ-ବିରାଟଙ୍କ ଦମଦାର୍ ଶତକ, ଭାରତ ୮ ୱିକେଟରେ ଜିତିଲା

ଗୌହାଟୀ: ଗୌାହାଟୀରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କରିଛି । ଧୁଆାଁଦାର ଓପନର୍ ରୋହିତ ଶର୍ମାଙ୍କ ଅପରାଜିତ ୧୫୨ ରନ ଏବଂ କପ୍ତାନ ବିରାଟ କୋହଲୀଙ୍କ ଦମଦାର୍ ୧୪୦ ରନ ବଳରେ ଭାରତ ୱେଷ୍ଟଇଣ୍ଡିଜର ୩୨୨ ରନର ବିଶାଳ ସ୍କୋରକୁ ସହଜରେ ଅତିକ୍ରମ କରି ବିଜୟ ହାସଲ କରିପାରିଛି ।

ବିରାଟ ବାହିନୀ ୩୩୨ ରନର ପିଛାକରି ସହଳ ଶିଖର ଧାୱନଙ୍କ ୱିକେଟ ହରାଇଥିଲା । ମାତ୍ର ରୋହିତ ଶର୍ମାଙ୍କ ବ୍ୟାଟରୁ ଆଜି ଛକା ପରେ ଛକା ବର୍ଷା ହୋଇଥିଲା । ରୋହିତ ମାତ୍ର ୧୧୭ଟି ବଲ ଖେଳି ୧୫ଟି ଚୌକା ଏବଂ ୮ଟି ବିଶାଳ ଛକା ବଳରେ ଏକାକୀ ୧୫୨ ରନ କରିଥିଲେ । ଅଧିନାୟକ ବିରାଟ କୋହଲୀ ୧୦୭ଟି ବଲ୍ ଖେଳି ୨୧ଟି ଚୌକା ଏବଂ ୨ଟି ଛକା ମାରିଥିଲେ । ଖେଳ ଶେଷବେଳକୁ ଅମ୍ବାତି ରାୟଡୁ ୨୨ରନର ସହଯୋଗ କରି ରୋହିତଙ୍କ ସହିତ ଅପରାଜିତ ରହିଥିଲେ ।

ବିରାଟ କୋହଲୀଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ଘୋଷିତ କରାଯାଇଛି । ଭାରତ ୫ଟିକିଆ ଦିନିକିଆ ସିରିଜରେ ୧-୦ରେ ୱେଷ୍ଟଇଣ୍ଡିଜଠାରୁ ଆଗୁଆ ରହିଲା ।

Leave A Reply

Your email address will not be published.