Latest Odisha News

ଫୁଟିଲା ବୋମା, ଛିଣ୍ଡିଗଲା ବାଳକର ପାଦ

ସୁନ୍ଦରଗଡ଼: ସଦରଥାନା ସୁବଲୟା ମୁସଲିମ ବସ୍ତିରେ ବୋମା ଫୁଟି ଜଣେ ୧୦ ବର୍ଷ ବାଳକର ପାଦ ଛିଣ୍ଡିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ବାଳକ ହେଲେ ମୁସଲିମ ବସ୍ତିର ସବିନା ଖାତୁନଙ୍କ ପୁଅ ମହମ୍ମଦ ତେଗି ଅଲ୍ଲୀ । ଆଜି ଅପରାହ୍ନ ୫ଟାରେ ତେଗି ତାଙ୍କ ଭାଇଙ୍କ ସହ ଘର ଆଗରେ ଫୁଟବଲ ଖେଳୁଥିଲେ । ଏହି ସମୟରେ ହଠାତ ତାଙ୍କ ପାଦ ତଳେ ବିସ୍ଫୋରଣ ହେବାରୁ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ଏତେ ଜୋରେ ଶବ୍ଦ ଶୁଣି ଘର ଲୋକେ ବାହାରକୁ ଦୌଡ଼ି ଆସିଲା ବେଳକୁ ବାଳକର ପାଦ ଛିଣ୍ଡି ଯାଇଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପାଦ ତଳେ ହାତ ତିଆରି ବୋମା ଫାଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ କେଉଁଠୁ, କେଉଁ ସ୍ଥିତିରେ ଘର ଆଗକୁ ବୋମାଟି ଆସିଲା, ତାହା ସ୍ପଷ୍ଟ ହୋଇ ନାହିଁ । କେହି ବନ୍ୟଜନ୍ତୁ ମାରିବାକୁ ନେଉଥିବା ବେଳେ ସେଠାରେ ପଡ଼ି ଯାଇଥାଇପାରେ ବୋଲି କୁହାଯାଉଛି । ଖବର ପାଇ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply

Your email address will not be published.