ସୁନ୍ଦରଗଡ଼: ସଦରଥାନା ସୁବଲୟା ମୁସଲିମ ବସ୍ତିରେ ବୋମା ଫୁଟି ଜଣେ ୧୦ ବର୍ଷ ବାଳକର ପାଦ ଛିଣ୍ଡିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ବାଳକ ହେଲେ ମୁସଲିମ ବସ୍ତିର ସବିନା ଖାତୁନଙ୍କ ପୁଅ ମହମ୍ମଦ ତେଗି ଅଲ୍ଲୀ । ଆଜି ଅପରାହ୍ନ ୫ଟାରେ ତେଗି ତାଙ୍କ ଭାଇଙ୍କ ସହ ଘର ଆଗରେ ଫୁଟବଲ ଖେଳୁଥିଲେ । ଏହି ସମୟରେ ହଠାତ ତାଙ୍କ ପାଦ ତଳେ ବିସ୍ଫୋରଣ ହେବାରୁ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ଏତେ ଜୋରେ ଶବ୍ଦ ଶୁଣି ଘର ଲୋକେ ବାହାରକୁ ଦୌଡ଼ି ଆସିଲା ବେଳକୁ ବାଳକର ପାଦ ଛିଣ୍ଡି ଯାଇଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପାଦ ତଳେ ହାତ ତିଆରି ବୋମା ଫାଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ କେଉଁଠୁ, କେଉଁ ସ୍ଥିତିରେ ଘର ଆଗକୁ ବୋମାଟି ଆସିଲା, ତାହା ସ୍ପଷ୍ଟ ହୋଇ ନାହିଁ । କେହି ବନ୍ୟଜନ୍ତୁ ମାରିବାକୁ ନେଉଥିବା ବେଳେ ସେଠାରେ ପଡ଼ି ଯାଇଥାଇପାରେ ବୋଲି କୁହାଯାଉଛି । ଖବର ପାଇ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
BREAKING NEWS
- ୧୧ ବର୍ଷୀୟ ନିତ୍ୟା ତମନ୍ନାଙ୍କ ଜଳ ସଂରକ୍ଷଣ କ୍ୟାମ୍ପେନ୍, ତିଆରି କଲେ ପ୍ଲାଷ୍ଟିକ୍-ଫ୍ରି ଫିଲଟର
- ପଶୁପ୍ରେମୀଙ୍କ ପାଇଁ ଖୁସି ଖବର; ନନ୍ଦନକାନନରେ ସିଂହ ଛୁଆ ଜନ୍ମ…
- ବାଣୀ ବିହାର କ୍ୟାମ୍ପସରେ ଉତ୍ତେଜନା; ଦୁଇ ଗୋଷ୍ଠୀ ମୁହାଁମୁହିଁ…
- ‘Act of Cowardice’: ‘କାପୁରୁଷତା କାମ କରିଛନ୍ତି ସରକାର!’ ରାହୁଲଙ୍କ ରଣହୁଙ୍କାର, ‘ଜନ୍ତରମନ୍ତର ଫେରାଇ ଆଣିବୁ’…
- CJP Protest: ‘ତ୍ରିରଙ୍ଗା ଉଡ଼ାଇବା କ’ଣ ଭୁଲ୍?’ ଦୁଇ ନେତା ଜେଲ୍ ଯିବା ପରେ ସରକାରଙ୍କ ଉପରେ ବର୍ଷିଲେ ଅଭିଜିତ ଦୀପକେ…
- ୨୦୨୭ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସପାକୁ ବଡ଼ ଝଟକା: ବିଜେପିରେ ସାମିଲ ହେଲେ ୩ ବିଦ୍ରୋହୀ ବିଧାୟକ
- କଟକଣା ସତ୍ତ୍ୱେ ଜନ୍ତର-ମନ୍ତରରେ ପ୍ରବେଶ ଉଦ୍ୟମ; ଗିରଫ ହେଲେ CJPର ୩ ନେତା
- ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ, ସିଦ୍ଧାର୍ଥ ଡିଗ୍ରୀ କଲେଜ ଫାଟକରେ ଲାଗିଲା ଧମକପୂର୍ଣ୍ଣ ପୋଷ୍ଟର
- ଭୋଜି ଖାଇ ଫେରୁଥିଲେ, ଅଧା ବାଟରେ ଓଲଟିଲା ଡଙ୍ଗା: ଚାଲିଗଲା ୧୪ ଜୀବନ
- ପୂଜାକୁ ପାଣିଚିଆ କରିଦେବକି ବର୍ଷା! ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ରାଜ୍ୟରେ ୪ ଦିନ ବର୍ଷା ଆଲର୍ଟ

Comments are closed.