Latest Odisha News

BREAKING NEWS

ହାଇଦ୍ରାବାଦ ବିମାନବନ୍ଦରକୁ ବୋମା ଧମକ, ମେଲ୍ ପରେ ସର୍ଚ୍ଚ ଅପରେସନ୍ ଜାରି

ହାଇଦ୍ରାବାଦ:ପ୍ରତିଦିନ ବିମାନବନ୍ଦର ଏବଂ ବିମାନ ବିଷୟରେ ବଡ଼ ବଡ଼ ଖବର ଆସୁଛି। ଏବେ ହାଇଦ୍ରାବାଦର ବେଗମପେଟ୍ ବିମାନବନ୍ଦରରୁ ଏକ ବଡ ଖବର ଆସିଛି। ହାଇଦ୍ରାବାଦ ବିମାନବନ୍ଦରକୁ ବୋମା ଧମକ ମିଳିଛି। ବୁଧବାର ସକାଳେ ହାଇଦ୍ରାବାଦର ବେଗମପେଟ୍ ବିମାନବନ୍ଦରକୁ ବୋମା ଧମକପୂର୍ଣ୍ଣ ମେଲ୍ ମିଳିଥିଲା। ଏହା ପରେ ସମଗ୍ର ପରିସରକୁ ହାଇ ଆଲର୍ଟରେ ରଖାଯାଇଛି।

ତେଲେଙ୍ଗାନା ଏସିପି ବେଗମପେଟ୍ କହିଛନ୍ତି, “ଆଜି ସକାଳେ ବେଗମପେଟ୍ ବିମାନବନ୍ଦରକୁ ଏକ ବୋମା ଧମକପୂର୍ଣ୍ଣ ମେଲ୍ ମିଳିଥିଲା। ଆମେ ବର୍ତ୍ତମାନ ବମ୍ ସ୍କ୍ବାଡ୍ ସହିତ ବିମାନବନ୍ଦର ଏବଂ ଏହାର ପରିସରରେ ସମ୍ପୂର୍ଣ୍ଣ ତଲାସି କରୁଛୁ। ଅଧିକ ବିବରଣୀ ପରେ ପ୍ରଦାନ କରାଯିବ।”

ତେବେ ପୋଲିସ ବିମାନବନ୍ଦରର ପ୍ରତ୍ୟେକ କୋଣକୁ କଡ଼ାକଡ଼ି ଯାଞ୍ଚ କରୁଛି ଯେ କୌଣସି ସ୍ଥାନରେ କୌଣସି ବୋମା ଅଛି କି ନାହିଁ। ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଡଗ୍ ସ୍କ୍ୱାଡ୍ ଦଳ ସମଗ୍ର ବିମାନବନ୍ଦର ପରିସର, ଟର୍ମିନାଲ ଭବନ, ପାର୍କିଂ ଅଞ୍ଚଳ ଏବଂ ରନୱେକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛନ୍ତି। ମେଟାଲ ଡିଟେକ୍ଟର ଉପକରଣ ଏବଂ ଅନ୍ୟାନ୍ୟ ଆଧୁନିକ କୌଶଳ ସାହାଯ୍ୟରେ ପ୍ରତ୍ୟେକ କୋଣକୁ ଖୋଜାଯାଉଛି।

 

Comments are closed.