Latest Odisha News

ରାମ ଗୋପାଳ ବର୍ମାଙ୍କୁ ୩ ମାସ ଜେଲ ଦଣ୍ଡ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ରାମ ଗୋପାଳ ବର୍ମାଙ୍କୁ ୩ ମାସର ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଚେକ ବାଉନ୍ସ ମାମଲାରେ ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟ ଏହି ଜେଲଦଣ୍ଡ ଶୁଣାଇଛନ୍ତି । ଏହା ବ୍ୟତୀତ, ଅଭିଯୋଗକାରୀଙ୍କୁ ୩.୭୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ବର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଖାଲି ସେତିକି ନୁହଁ ଶୁଣାଣି ସମୟରେ ରାମ ଗୋପାଳ ବର୍ମା କୋର୍ଟରେ ହାଜର ହୋଇନଥିଲେ, ଯଉଁ କାରଣରୁ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ମଧ୍ୟ ଜାରି କରିଛନ୍ତି ।

ଏହି ମାମଲା ସାତ ବର୍ଷ ପୁରୁଣା । ତେବେ ଏହି ଶୁଣାଣି ନିର୍ଦ୍ଦେଶକଙ୍କ ଆଗାମୀ ଫିଲ୍ମ ସିଣ୍ଡିକେଟ୍ ଘୋଷଣାର ଠିକ୍ ଦିନକ ପୂର୍ବରୁ ହୋଇଛି ।

ସୂଚନାଯୋଗ୍ୟ, ୨୦୧୮ ମସିହାରେ ଶ୍ରୀ ନାମକ ଏକ କମ୍ପାନୀ ମହେଶ ଚନ୍ଦ୍ର ମିଶ୍ରଙ୍କ ମାଧ୍ୟମରେ ରାମ ଗୋପାଳ ବର୍ମାଙ୍କ ଫାର୍ମ ବିରୁଦ୍ଧରେ ଚେକ ବାଉନ୍ସ ଅଭିଯୋଗ କରି ମାମଲା ଦାୟର କରିଥିଲା । ଅଭିଯୋଗ ଅନୁସାରେ, ବର୍ମା ଏକ ଚେକ୍ ଦେଇଥିଲେ, ଯାହା ବାଉନ୍ସ ହୋଇଗଲା । ଏହା ପରେ ଅଭିଯୋଗକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Comments are closed.