Latest Odisha News

BREAKING NEWS

ନେତାଜୀଙ୍କ ଉପରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜାଦହିନ୍ଦ ଫୋଜ ଗଠନର ଶତବାର୍ଷିକୀ ଅବସରରେ ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ସ୍ଥାନୀୟ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିସରରେ ନେତାଜୀ ସୁଭାଷ ବୋଷ ଓ ସ୍ବାଧୀନତା ସଂଗ୍ରାମ ଉପରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ବିଧାନସଭା ସଚିବ ଦାଶରଥି ଶତପଥି ଯୋଗଦେଇ , ଭାରତର ସ୍ବାଧୀନତା ସଂଗ୍ରାମରେ ନେତାଜୀଙ୍କର ଅବଦାନ ବିଷୟରେ ଆଲୋଚନା କରିଥିଲେ। ବିଦେଶରେ ଆଜାଦହିନ୍ଦ ଫୌଜ ଗଠନ କରିବା ତାଙ୍କ ବଳିଷ୍ଠ ନେତୃତ୍ବର ପରିଚୟ ଦେଇଥାଏ ବୋଲି ମଧ୍ୟ ଶ୍ରୀ ଶତପଥୀ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାଠାଗାରର ସମସ୍ତ କର୍ମଚାରୀ ଓ ପାଠକମାନେ ଯୋଗଦାନ କରିଥିଲେ।

Leave A Reply

Your email address will not be published.