Latest Odisha News

BREAKING NEWS

ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା, ମିଳିଲା ବିଜୟିନୀର ମା’ଙ୍କ ପରିଚୟ

ସମ୍ବଲପୁର: ମିଳିଲା ବିଜୟିନୀ ମାର ପରିଚୟ । ସମ୍ବଲପୁରର ରେଙ୍ଗାଲି ବୋର୍‌ୱେଲରୁ ଉଦ୍ଧାର ଶିଶୁକନ୍ୟାର ମାଆଙ୍କ ପରିଚୟ ମିଳିଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି । ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିବା କହିଛନ୍ତି ସମ୍ବଲପୁର ଏସ୍‌ପି ମୁକେଶ ଭାମୁ । ବର୍ତ୍ତମାନ ସେ କଟକ ବଡ ମେଡିକାଲରେ ଚିକିତ୍ସିତ ଅଛନ୍ତି ।

ଶିଶୁକନ୍ଯାର ମା ଓ ବାପା ଉଭୟେ ଶିଶୁଟି ତାଙ୍କର ନିଜର ବୋଲି ପୋଲିସ ଆଗରେ ସ୍ବୀକାର କରିଥିବା ସୂଚନା ଦେଇଛନ୍ତି ଏସପି ମୁକେଶ ଭାମୁ । ଏହା ସହ ଶିଶୁକୁ ଫିଙ୍ଗିଲା ସମୟରେ ଶିଶୁ ବାପା ଉପସ୍ଥିତ ନଥିଲେ । ଉଦ୍ଧାର ଶିଶୁ ବିଜୟିନୀ ସମ୍ପୃକ୍ତ ଦମ୍ପତ୍ତିଙ୍କ ଦ୍ୱିତୀୟ ସନ୍ତାନ । ତେବେ ବିଜୟିନୀ ତାଙ୍କର ପ୍ରକୃତ ସନ୍ତାନ କି ନାହିଁ ତାହା ଜାଣିବାକୁ ଡିଏନଏ ଟେଷ୍ଟ କରାଯିବ । ସେଥିପାଇଁ ଡିଏନଏ ନମୂନା କଟକ ବଡମେଡିକାଲକୁ ପଠାଯାଇଛି । ଶିଶୁକନ୍ୟାର ମାଆ ସୁସ୍ଥ ହେଲେ ଘଟଣାର ତଦନ୍ତ ଆରମ୍ଭ ହେବ ବୋଲି ସେ କହିଛନ୍ତି । ତେବେ କିନ୍ତୁ ଶିଶୁକନ୍ୟାକୁ କାହିଁକି ଫୋପାଡି ଦେଇଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୧୨ ତାରିଖରେ ରେଙ୍ଗାଲିର ଏକ ପରିତ୍ୟକ୍ତ ବୋରୱେଲ ଭିତରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍ । କିନ୍ତୁ ଦେହରେ ଆଘାତ ଲାଗିଥିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଧୀରେ ଧୀରେ ଶିଶୁକନ୍ୟା ସୁସ୍ଥ ହୋଇଥିଲା । ଗତକାଲି ଭିମସାରରେ ଶିଶୁକନ୍ୟାର ଏକୋଇସିଆ ପାଳନ କରାଯାଇଥିଲା । ଏଥିସହ ଶିଶୁକନ୍ୟାର ନାମ ବିଜୟିନୀ ରଖାଯାଇଥିଲା ।

 

Leave A Reply

Your email address will not be published.