Latest Odisha News

BREAKING NEWS

ମହାପ୍ରଭୁଙ୍କ ପାଇଁ ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ ପତ୍ର, ପ୍ରତିଷ୍ଠା ଉତ୍ସବରେ ଯୋଗଦେବ ଶ୍ରୀଜିଉ

ପୁରୀ: ଅଯୋଧ୍ୟାରୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖକୁ ଆସିଲା ନିମନ୍ତ୍ରଣ ପତ୍ର । ଆସିଥିବା ନିମନ୍ତ୍ରଣ ଗ୍ରହଣ କଲେ ମହାପ୍ରଭୁ । ପ୍ରତ୍ୟେକ ଓଡ଼ିଆ ଓ ସନାତନ ବିଶ୍ୱାସୀଙ୍କ  ଆସ୍ଥା ଓ ଇଷ୍ଟ ମହାପ୍ରଭୁଙ୍କୁ, ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣ ଦିଆଯାଇଛି । ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଛି ଅଯୋଧ୍ୟା ଅଭ୍ୟର୍ଥନା କମିଟି ଓ ବିଶ୍ବ ହିନ୍ଦୁ ପରିଷଦ । ଆଜି ମହାପ୍ରଭୁଙ୍କ ନିମନ୍ତ୍ରଣ ନିମନ୍ତେ ଗୁଆ, ଅରୁଆ ଚାଉଳ, ଶ୍ରୀଫଳ, ପାନ, ଗାମୁଛା ଓ ନିମନ୍ତ୍ରଣ ପତ୍ର ନେଇ କମିଟି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମହାପ୍ରଭୁଙ୍କୁ ସପରିବାର ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ତଥା ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ନିମନ୍ତ୍ରଣ ଦିଆଯାଇଛି । ପ୍ରତ୍ୟେକ ଓଡ଼ିଆ ଯେପରି ପ୍ରତିଷ୍ଠା ଉତ୍ସବ ଦିନ ଶୁଦ୍ଧପୂତ ଭାବରେ ଦିନ କାଟିବେ, ନିକଟସ୍ଥ ମନ୍ଦିରରେ କିପରି ସୁନ୍ଦରା କାଣ୍ଡ, ହନୁମାନ ଚାଳିଶା କରିବେ ଏବଂ ୫ଟି ଲେଖାଏଁ ଦୀପ ଜାଳିବେ ସେନେଇ ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଯେପରି ଶ୍ରୀରାମ ବନବାସ ସାରି ଫେରିବା ବେଳେ ଦୀପାବଳୀ ମନା ଯାଇଥିଲା ସେଇଭଳି ପ୍ରତ୍ୟେକ ସନାତନୀ ଏହି ଦିନକୁ ଉତ୍ସବ ମୁଖର କରିବା ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.