Latest Odisha News

BREAKING NEWS

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ ବୋରିସ ଜନସନ

ଭୁବନେଶ୍ୱର: ବୋରିସ ଜନସନ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କ ସ୍ଥାନରେ ସେ ଏହି ଭାର ସମ୍ଭାଳିବେ।

କନଜରଭେଟିଭ ପାର୍ଟି ତରଫରୁ ହୋଇଥିବା ଭୋଟରେ ବୋରିସି ନିଜ ପ୍ରତିଦ୍ୱନ୍ଦୀ ତଥା ବ୍ରିଟେନର ପୂର୍ବତନ ବୈଦେଶିକ ସଚିବ ଜେରେମୀ ହଣ୍ଟଙ୍କୁ ହରାଇଛନ୍ତି । ତେବେ ଜନସନ ୯୨,୧୫୩ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରତିଦ୍ୱନ୍ଦୀ ହଣ୍ଟ କେବଳ ୪୬,୬୫୬ ଖଣ୍ଡ ଭୋଟ ପାଇଛନ୍ତି ।

ଆସନ୍ତାକାଲି ସନ୍ଧ୍ୟାରେ ଜନସନ କାର୍ଯ୍ୟଭାର ଗ୍ରହଣ କରିବେ । ସେଠାରେ କାର୍ଯ୍ୟରତ ଭାରତୀୟ ବଂଶଜ ସାଂସଦ ପ୍ରୀତି ପଟେଲ ଓ ରିଷି ଜନସନଙ୍କ ଟିମରେ ସ୍ଥାନ ପାଇବା ନେଇ ଆଶା କରାଯାଉଛି ।

Leave A Reply

Your email address will not be published.