ମୁମ୍ବାଇ: ରିଲିଜ୍ ପାଇଁ ଆଉ ୩ଦିନ ବାକି । ଦେଶବ୍ୟାପୀ ଫାଷ୍ଟ ଡେ ଫାଷ୍ଟ ଶୋ ତଥା ପ୍ରଥମ ୩ଦିନ ପାଇଁ ସବୁ ଟିକେଟ୍ ହୋଇଗଲାଣି ସୋଲଡ ଆଉଟ୍ । ଆଜ୍ଞା ହଁ, ଅକ୍ଟୋବର ୨ରେ ରିଲିଜ୍ ହେବ ଆକ୍ସନ ଷ୍ଟାର ଅଜୟ ଦେବଗନଙ୍କ ବହୁ ପ୍ରିତିକ୍ଷୀତ ଫିଲ୍ମ “ଦୃଶ୍ୟମ: ଦ କନକ୍ଲୁଜନ୍” । ତା ପୂର୍ବରୁ ପ୍ରଥମ ୩ଦିନର ଟିକେଟ୍ ବିକ୍ରି ସରିଲାଣି । ତେଣୁ ରିଲିଜ୍ ପୂର୍ବରୁ ହିଁ ଫିଲ୍ମଟି ପ୍ରାରମ୍ଭିକ ଭାବେ ୪୦ କୋଟି ଆୟ କରିସାରିଲାଣି । ପ୍ରଥମ ଦିନରେ ୫ହଜାର ୫୦୫ଟି ସୋ ପାଇଁ ୨ଲ କ୍ଷ ୨୪ ହଜାର ଟିକେଟ୍ ବିକ୍ରି ସରିଲାଣି । ଯାହା ୮.୯୭ କୋଟି ଟଙ୍କାର ଆଡଭାନ୍ସ ବୁକିଂ ଆୟର ରେକର୍ଡ କରିଛି । ପ୍ରଥମ ୩ଦିନ ପାଇଁ ପ୍ରି-ବୁକିଂ ସରିଥିବା ବେଳେ ୧୭.୩୫ କୋଟି ଟଙ୍କା ଆୟ କରିସାରିଛି । ସେହିପରି ଦ୍ୱିତୀୟ ଦିନରେ ୬ହଜାର ୮୪୮ ଶୋ ପାଇଁ ୧ଲ କ୍ଷ ୨୦ ହଜାର ଟିକେଟ୍ ବିକ୍ରି କରି ୪.୫୨ କୋଟି ଟଂକାର ଆଡଭାନ୍ସ ବୁକିଂ ଆୟ ରେକର୍ଡ କରିଛି । ତୃତୀୟ ଦିନର ପରିମାଣ ୩.୮୬ କୋଟି ରହିଥିଲା । ଅନେକ ଜାତୀୟ ଗଣମାଧ୍ୟମ ସଂସ୍ଥା ଅନୁସାରେ ଫିଲ୍ମଟି ଏବେସୁଦ୍ଧା ପ୍ରି- ଟିକେଟ୍ ବିକ୍ରି ଜରିଆରେ ୧୦କୋଟିରୁ ଅଧିକ ଟଂକାର ଆୟ କରିସାରିଛି । ୨୭ ସେପଟେମ୍ବରରୁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଗଲାଣି । ତେବେ ଆଜୟଙ୍କ ସିଙ୍ଗମ୍ ଏଗେନ୍ ଠାରୁ ଦୃଶ୍ୟମ-୩ ଭଲ ବିଜନେସ୍ କରିଛି ଆଗକୁ କରିବ ବୋଲି ଆଶା କରାଯାଉଛି । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଦୃଶ୍ୟମ ୩ ଏକ ବଡ ସଫଳତା ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ଅଭିଷେକ ପାଠକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ପାରିବାରିକ ଥ୍ରୀଲର ଫିଲ୍ମ ଟିକେଟ୍ ପ୍ରି-ସେଲ୍ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରୁଥିବାରୁ ଫିଲ୍ମଟି ବକ୍ସ ଅଫିସରେ ଧମାଲ୍ କରିବ ବୋଲି କ୍ରୀୟୁ ଆଶା ରଖିଛନ୍ତି । ପିଭିଆର ଆଇନକ୍ସ ଓ ସିନେପଲିସ୍ରେ ଚମତ୍କାର ଟିକେଟ୍ ସେଲିଂ ହେଉଛି । ଆଉ ସ୍ପଟ ଟିକେଟ୍ କିଣିପାରିବେନି ଫ୍ୟାନ୍, ଏବେଠୁ ଫିଲ୍ମ ହାଉସଫିୁଲ୍ । ଫିଲ୍ମର ପ୍ରଥମ ଦିନ ପାଇଁ ମୋଟ୍ ୭୬ହଜାର ଟିକେଟ୍ ପ୍ରି-ସେଲ୍ ହୋଇଥିଲା । କେବଳ ଆଇନକ୍ସରେ ୬୦ହଜାର ଟିକେଟ୍ ବିକ୍ରି ସରିଲାଣି । ସିନେପଲିସରେ ୧୬ହଜାର ଟିକେଟ୍ ବିକ୍ରି ହୋଇଥିଲା । ଟିକେଟ୍ ଆଡଭାନ୍ସ ବୁକିଂରେ ଚଳିତ ବର୍ଷ ସବୁ ଫିଲ୍ମର ରେକର୍ଡ ବ୍ରେକ୍ କରିବ ବୋଲି ଆଶା କରାଯାଉଛି । ତାଛଡା ଅକ୍ଟୋବର ୨ରେ ନାସନାଲ ହଲିଡେ ହୁଛି, ତେଣୁ ଫିଲ୍ମକୁ ଅତିରିକ୍ତ ଲାଭ ହେବ ବୋଲି ସ୍ପଷ୍ଟ ହେଉଛି । କିଛି ଜାତୀୟ ସଂସ୍ଥାର ଆକଳନ ଅନୁସାରେ ଫିଲ୍ମଟି ୫୦-୬୦କୋଟି ଟଙ୍କାର ବିଜନେସ୍ କରିବ । ଯଦି ଆଗୁଆ ଟିକେଟ୍ ବୁକିଂର ଧାରା ଏମିତି ଜାରି ରହିବ ତେବେ ବକ୍ସ ଅଫିସ କଲେକ୍ସନ ଆହୁରି ବଢିବ ବୋଲି ମଧ୍ୟ ଆକଳନ କରାଯାଉଛି । ଅଜୟ ଦେବଗନଙ୍କ ଅନ୍ୟାନ୍ୟ ଫିଲ୍ମ ତୁଳନାରେ ଏହା ବେଶୀ ଭଲ ବିଜନେସ୍ କରିବ ବୋଲି ଚଚ୍ଚା ର୍ ହେଉଚି । ଦୃଶ୍ୟମ, ଦ କନକ୍ଲୁଜନ୍ ଫିଲ୍ମ ହେଉଛି ୨୦୧୫ର ଦୃଶ୍ୟମ ଫିଲ୍ମର ଫ୍ରାଂଚାଇଜି ଫିଲ୍ମ । ଫିଲ୍ମରେ ଅଜୟ ଦେବଗନ ମେନ୍ ଲିଡରେ ନଜର ଆସିଥିବା ବେଳେ ତାଙ୍କ ସହ ତବୁ, ଶ୍ରୀୟା ସରଣ, ଇଶିତା, ମୃଣାଲ, କମଲେଶ ପୁନର୍ବାର ନଜର ଆସିବେ । ଫିଲ୍ମରେ ନୂଆ ମୂହଁ ଭାବେ ଜୟଦୀପ ଅଲହ୍ୱାଟ୍, ପ୍ରକାଶ ରାଜ୍ ଏବଂ ସୌରଭ ଶୁକ୍ଲା ନଜର ଆସିଛନ୍ତି ।
