Latest Odisha News

କୋପା ଆମେରିକା ଫୁଟବଲ ଫାଇନାଲରେ ବ୍ରାଜିଲ

ରିଓ ଡେ ଜାନେରିଓ: କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟର ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ବ୍ରାଜିଲ ୧-୦ ଗୋଲରେ ପେରୁକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ନେମାର ଜୁନିୟରଙ୍କ ଏକ ଚମତ୍କାର ପାସକୁ ଲୁକାସ ପକେଟା ୩୫ତମ ମିନିଟରେ ଗୋଲରେ ପରିଣତ କରିଥିଲେ । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ବ୍ରାଜିଲ ୧-୦ରେ ଅଗ୍ରଣୀ ରହିଥିଲା । ଦ୍ୱିତୀୟାର୍ଦ୍ଧ ଗୋଲଶୂନ୍ୟ ରହିଥିଲା ।

ଆର୍ଜେଂଟିନା ଓ କଲମ୍ବିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ବ୍ରାଜିଲ ଭେଟିବ । ୭ମ ଥର ଏହି ଟାଇଟଲ ହାସଲ କରିବା ପାଇଁ ବ୍ରାଜିଲ ନିକଟରେ ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି । କୋପା ଆମେରିକାରେ ଆର୍ଜେଂଟିନା ସର୍ବାଧିକ ୯ ଥର ଏବଂ ଉରୁଗୁଏ ଓ ଚିଲି ୭ ଥର ଲେଖାଁଏ ଟାଇଟଲ ହାସଲ କରିଛନ୍ତି ।

Leave A Reply

Your email address will not be published.