Latest Odisha News

BREAKING NEWS

ଇଂଲଣ୍ଡ କ୍ରିକେଟ ଦଳର ୩ ଖେଳାଳି ସମେତ ୭ ଷ୍ଟାଫ କରୋନା ସଂକ୍ରମିତ, ବିପଦ ଘନେଇଲା ଭାରତ ବିପକ୍ଷ ସିରିଜ ଉପରେ

ଲଣ୍ଡନ: ପାକିସ୍ତାନ ବିପକ୍ଷ କ୍ରିକେଟ ସିରିଜ ଅବସରରେ ଇଂଲଣ୍ଡର ୩ ଖେଳାଳିଙ୍କ ସମେତ ୭ ଷ୍ଟାଫ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସଂକ୍ରମିତ ଖେଳାଳି ଏବଂ ଷ୍ଟାଫଙ୍କୁ ଆଇସୋଲେଶନରେ ରଖାଯାଇଛି । ପାକିସ୍ତାନ ବିପକ୍ଷ ସିରିଜ ପରେ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ ।

କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ସିରିଜ ନେଇ ବିପଦ ଘନେଇବା ଆରମ୍ଭ ହୋଇଛି । ତେବେ ଇସିବି ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି । ଭାରତୀୟ ଟିମ ଏବେ ପରିବାର ସହ ଏଠାରେ ଛୁଟି କାଟୁଛନ୍ତି । ଅଧିକାଂଶ ଖେଳାଳି ଆଇସୋଲେଟ ହୋଇଥିବାରୁ ଇଂଲଣ୍ଡ, ପାକିସ୍ତାନ ବିପକ୍ଷ ଦିନିକିଆ ପାଇଁ ନୂତନ ଖେଳାଳି ଚୟନ କରିଛି ।

Leave A Reply

Your email address will not be published.