Latest Odisha News

BREAKING NEWS

ବ୍ରାଜିଲ କିଣିବ କୋଭାକ୍ସିନର ୨ କୋଟି ଡୋଜ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକା କୋଭାକ୍ସିନ୍‌ର କିଣିବ ବ୍ରାଜିଲ । କୋଭାକ୍ସିନର ୨ କୋଟି ଡୋଜ୍‌ କିଣିବା ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି ବ୍ରାଜିଲ । ବ୍ରାଜିଲର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଏହି କ୍ରୟର ମୂଲ୍ୟ ୧.୬ ବିଲିୟନ ରିଏସ୍‌ (ଭାରତୀୟ ମୁଦ୍ରାରେ ୨,୧୧୫.୪ କୋଟି) । ମାର୍ଚ୍ଚରେ ପ୍ରଥମ ୮୦ ଲକ୍ଷ ଡୋଜ ବିତରଣ କରାଯିବାର ସମ୍ଭାବନା ରହିଛି ।

ଏକ କୋଟିରୁ ଅଧିକ ମାମଲା ସହିତ ବ୍ରାଜିଲ ଏବେ ବିଶ୍ବର ତୃତୀୟ କରୋନା ସଂକ୍ରମଣ ଦେଶ ତାଲିକାରେ ରହିଛି । ଟିକା କ୍ରୟକୁ ତ୍ୱରାନ୍ଵିତ କରିବା ସହ କରୋନା ଭାଇରସର ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.