Latest Odisha News

BREAKING NEWS

ସି-ସୋରର ୬୫୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ସି ସୋର ଚିଟ୍‌ଫଣ୍ଡ ସଂସ୍ଥାର ୬୫୦ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ହେବ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକର ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ । ସଂସ୍ଥାର ୧୯୭ ଏକର ଜମି, ୧୩୮୫ ଗ୍ରାମ ସୁନା, ୨ କ୍ୱିଣ୍ଟାଲ ରୁପା, ବ୍ୟାଙ୍କରେ ଜମା ଥିବା ୧ କୋଟି ୮୮ ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାଜ୍ୟାପ୍ତ ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ ଲାଗି ନିର୍ଦ୍ଦେଶ ଦିଆଯାଇଛି । ନିଲାମରୁ ଯେଉଁ ଅର୍ଥ ମିଳିବ, ତାହାକୁ ଜମାକାରୀଙ୍କ ମଧ୍ୟରେ ବଣ୍ଟାଯିବ ।

ସି ସୋର ଚିଟ୍‌ଫଣ୍ଡ କମ୍ପାନୀ ଜମାକାରୀଙ୍କ ଠାରୁ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କା ଠକେଇ କରିଛି । ସଂସ୍ଥା ମୁଖ୍ୟ ପ୍ରଶାନ୍ତ ଦାଶ ଜମାକାରୀଙ୍କ ଟଙ୍କାକୁ ହଡପ କରିଥିଲେ । ତେବେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସି-ସୋର୍ ସମେତ ଓଡ଼ିଶାର ୪୪ଟି ଚିଟ୍‌ଫଣ୍ଡ କମ୍ପାନୀର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ଯାଇଥିଲା । ସିବିଆଇ ସି ସୋର୍ ବିରୋଧରେ ଦାୟର କରିଥିବା ଚାର୍ଜସିଟ୍‌ରେ ୪୮୭ କୋଟି ଟଙ୍କାର ଠକେଇ କଥା ଉଲ୍ଲେଖ କରିଥିଲା ।

ସେହିପରି ଇଡି ମନିଂ ଲଣ୍ଡରିଂ ଆକ୍ଟ ବଳରେ ସି-ସୋର୍ କମ୍ପାନୀର ୨୪୨ କୋଟି ଟଙ୍କାର ସଂପତ୍ତି ଆଟାଚ୍ କରିଥିଲା। ଠକେଇ ମାମଲାରେ ୨୦୧୩ ଜୁନ୍ ୨୦ ତାରିଖରେ ପ୍ରଶାନ୍ତ ଦାଶଙ୍କୁ ଗିରଫ କରାଯାଇଥିଲା । ପ୍ରାୟ ସାଢ଼େ ୪ ବର୍ଷ ଜେଲରେ ରହିବା ପରେ ଜାମିନରେ‌ ପାଇଥିଲେ ପ୍ରଶାନ୍ତ ।

Leave A Reply

Your email address will not be published.