Latest Odisha News

BREAKING NEWS

ଛାତିରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରାଏନ୍ ଲାରା

ମୁମ୍ବାଇ : ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ବ୍ରାଏନ୍ ଲାରା ମଙ୍ଗଳବାର ଦିନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏନେଇ ହସ୍ପିଟାଲ କର୍ତ୍ତପକ୍ଷଙ୍କ କୌଣସି ସୂଚନା ଦେବାକୁ ମନାକରି ଦେଇଥିବାବେଳେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିବା ନେଇ ‘ହିନ୍ଦୁ’ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ।

ୱେଷ୍ଟଇଣ୍ଡିଜର ଏହି ପୂର୍ବତନ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ପାଖାପାଖି ୧୨ଟା ୩୦ମି. ସମୟରେ ହସ୍ପିଟାଲରେ ପହଞ୍ଚିଥିଲେ । ପରବର୍ତ୍ତୀ ସମୟରେ ସଙ୍ଗେସଙ୍ଗେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି ।

ତେବେ ଲାରା ମୁମ୍ବାଇରେ ଆୟୋଜିତ ଏକ ଇଭେଣ୍ଟରେ ଯୋଗ ଦେଇଥିବା ବେଳେ ସେଠାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.