Latest Odisha News

BREAKING NEWS

ସାରା ଓ କାର୍ତ୍ତିକଙ୍କ ଲୁଚାଛପା ପ୍ରେମ, ଭାଇରାଲ ହେଲା ଫଟୋ

ମୁମ୍ବାଇ: ଛୋଟେ ନବାବଙ୍କ ଅଲିଅଳି କନ୍ୟା ସାରା ଏବେ କାଶ୍ମୀରର ସବୁଜିମା ଘେରା ପାହାଡ ପର୍ବତରେ ବୁଲୁଥିବା ଦେଖିବାକୁ ମିଳିଛି । ସାରା ଏକା ନାହାନ୍ତି, ସାଙ୍ଗରେ ଅଛନ୍ତି ନାୟକ କାର୍ତ୍ତିକ ଆର‌୍ୟନ ।

ସୂଚନା ମୁତାବକ ଏମାନେ ଅପକମିଂ ଫିଲ୍ମ ‘ଲଭ ଆଜକଲ୨’ର ସୁଟିଂ ପାଇଁ ଏଠାକୁ ଆସିଛନ୍ତି । ତେବେ ସୁଟିଂରୁ ଟିକିଏ ଫୁରସତ ମିଳିଲେ କାଶ୍ମୀରର ସୁନ୍ଦରତାକୁ ଉପଭୋଗ କରିବା ସହ ମନ ଭରି ଏନଜୟ କରୁଥିବା ବେଳର ଫଟୋକୁ ନେଇ ସୋସିଅଲ ମିଡିଆରେ ଏବେ ଚର୍ଚ୍ଚା ଯୋର ଧରିଛି ।

ପୁର୍ବରୁ କଫି ଉଇଥ୍ କରନ୍ ଶୋ’ରେ ସାରା ସୁଯୋଗ ମିଳିଲେ କାର୍ତ୍ତିକ ଆର‌୍ୟନଙ୍କୁ ଡେଟ କରିବା କଥା ନେଇ ଚର୍ଚ୍ଚାକୁ ଆସିଥିଲେ । ଏବେ ଉଭୟଙ୍କୁ ଏକାଠି ଦେଖି ଦର୍ଶକ ମଧ୍ୟ ଏହାର ଖୁବ ମଜା ନେଉଛନ୍ତି ।

Leave A Reply

Your email address will not be published.