Latest Odisha News

ବାଚସ୍ପତିଙ୍କ ଅନୁପସ୍ଥିତିରେ ଗୃହକାର୍ଯ୍ୟ ତୁଲାଇବେ ଅଧିଷ୍ଠାତା ମଣ୍ଡଳୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ଏକ ୭ଜଣିଆ ଅଧିଷ୍ଠାତା ମଣ୍ଡଳୀ ଗଠିତ ହୋଇଛି । ବାଚସ୍ପତିଙ୍କ ଅନୁପସ୍ଥିତି ସମୟରେ ଏହି ଅଧିଷ୍ଠାତା ମଣ୍ଡଳୀ ବିଧାନସଭା ଗୃହକାର୍ଯ୍ୟ ତୁଲାଇବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।

ଏହି ୭ ଜଣିଆ ଅଧିଷ୍ଠାତା ମଣ୍ଡଳୀେରେ ଯେଉଁ ସବୁ ବିଧାୟକ ମାନେ ସଦସ୍ୟ ରହିଛନ୍ତି ସେମାନେ ହେଲେ, ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ମଲ୍ଲିକ, ଅଶ୍ୱିନୀ ପାତ୍ର ସ୍ନେହାଙ୍ଗିନୀ ଛୁରିଆ, ପ୍ରଶାନ୍ତ ମୁଦୁଲି, ସୁବାଷ ପାଣିଗ୍ରାହୀ ଏବଂ ସନ୍ତୋଷ ସିଂହ ସାଲୁଜା ।

ବିଧାନସଭା ଅଧିବେଶନ ସମୟରେ ଯଦି ବାଚସ୍ପତି କୌଣସି କାରଣରୁ ଅନୁପସ୍ଥିତ ରହନ୍ତି ତେବେ ଏହି ୭ଜଣିଆ ମଣ୍ଡଳୀ ଉପରେ ହିଁ ଗୃହକାର୍ଯ୍ୟର ଦାୟିତ୍ୱ ନ୍ୟସ୍ତ ରହିବ ।

Leave A Reply

Your email address will not be published.