Latest Odisha News

BREAKING NEWS

କରୋନା ଟିକା ନେବେ ପୂର୍ବତନ ରାଷ୍ଟ୍ରପତି, ଟିଭିରେ ହେବ ଲାଇଭ୍ !

ଓ୍ୱାସିଂଟନ୍: ଲୋକଙ୍କ ପାଖରେ ପହଞ୍ଚିବ କରୋନା ଭ୍ୟାକସିନ୍ । ଏନେଇ ବିଭିନ୍ନ ଦେଶ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଲୋକଙ୍କ କରୋନା ଟିକା ନେବା ସମୟ ଆସିଗଲାଣି । ବ୍ରିଟେନରେ କିଛି ଦିନରେ ଟୀକାକରଣ କରାଯିବ । ଫାଇଜର ଭ୍ୟାକସିନ୍ ବ୍ୟବହାର କରିବା ପାଇଁ ବ୍ରିଟେନ ସରକାର ଅନୁମତି ଦେଇଛନ୍ତି । ଏହାରି ଭିତରେ ଆମେରିକାରୁ ଆସିଛି ବଡ଼ ଖବର । ଆମେରିକାର ତିନି ଜଣ ପୂର୍ବତନ ରାଷ୍ଟ୍ରପତି କ୍ୟାମେରା ସାମ୍ନାରେ ଭ୍ୟାକସିନ୍ ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଜଜ୍ ଡବ୍ଲୁ ବୁସ୍ ଓ ବ୍ଲିନ୍ କ୍ଲିଣ୍ଟନ ଏକାସଙ୍ଗେ ଟିକା ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଓବାମା କହିଛନ୍ତି, ଆମେରିକାର ବରିଷ୍ଠ ଡାକ୍ତର ଆନ୍ଥୋନୀ ଫୌସୀଙ୍କ ଉପରେ ପୂରା ଭରସା ଅଛି । ସେ ତାଙ୍କୁ ଭ୍ୟାକସିନ୍ ସୁରକ୍ଷିତ ବୋଲି କହିଛନ୍ତି । ଏହାର ଡୋଜ୍ ନେଉଥିବା କହିଛନ୍ତି ଓବାମା । ଭ୍ୟାକସିନ୍ ନେବା ସମୟରେ ଟିଭିରେ ଲାଇଭ୍ କରାଯାଇପାରେ କିମ୍ବା ରେକଡିଂ କରି ଚଲାଯାଇପାରିବ ।

ଜଜ ଡବ୍ଲୁ ବୁସ୍ କହିଛନ୍ତି, ସେ ହ୍ବାଇଟ୍ ହାଉସ୍ ଟିମ୍ ସହ କଥା ହୋଇଛନ୍ତି । ଲୋକଙ୍କ ମନରୁ ଆଶଙ୍କା ଦୂର କରିବା ପାଇଁ ଲାଇନରେ ଛିଡା ହୋଇ କ୍ୟାମେରା ସାମ୍ନାରେ ଭ୍ୟାକସିନ୍ ନେବେ । ବ୍ଲିନ୍ କ୍ଲିଣ୍ଟନଙ୍କ ପ୍ରବକ୍ତା କହିଛନ୍ତି, କ୍ଲିଣ୍ଟନ ନିଶ୍ଚିତ ଭାବେ ଡୋଜ୍ ନେବେ । ସେ ସାର୍ବଜନୀନ ଭାବେ ଟିକା ନେଇ ପାରନ୍ତି ।

 

Leave A Reply

Your email address will not be published.