Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସେଞ୍ଚୁରି ମାରିଲା ଟମାଟୋ କିଲୋ : ରାଜଧାନୀରେ ୧୦୦ ଛୁଇଁଲା ଟମାଟୋ ଦର

ଭୁବନେଶ୍ୱର : ସେଞ୍ଚୁରି ମାରିଲା ଟମାଟୋ କିଲୋ । ଏବେ ଟମାଟୋ କିଲୋ ୧୦୦ ଟଙ୍କା ପାର୍ କରିଛି । ବଜାରରେ କିଏ ୧୦୦ ଟଙ୍କାରେ ବିକୁଛି ତ ଆଉ କିଏ ୧୨୦ରେ ବିକୁଥିବାର ଦେଖିବାକୁ ମିଳିଛି । ଫଳରେ ପରିବା ମାର୍କେଟକୁ ଗଲେ ଟମାଟୋରୁ ମୁହଁ ଫେରାଇ ନେଉଛନ୍ତି ଗ୍ରାହକ । ଯାହାର କିଲେ ଦରକାର, ସେ ଅଢେଇଶ ନେଇ କାମ ଚଳାଇ ଦେଉଛି ।

 

ନାସିକ୍ ଓ ରାୟପୁରରୁ ଟମାଟୋ ଯୋଗାଣ ବନ୍ଦ ହେବା ଯୋଗୁଁ ଦର ୧୨୦ ଟଙ୍କାରେ ପହଂଚିଛି ।  ଗୋଟିଏ ସପ୍ତାହ ଧରି ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୧୨୦ ଟଙ୍କା ହୋଇଯାଇଛି ଟମାଟୋର ଦାମ । ମାତ୍ର ୨ ମାସ ତଳେ ଚାଷୀ ଅଭାବୀ ବିକ୍ରି କରୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ପୂରା ଓଲଟି ଯାଇଛି ସ୍ଥିତି । ରାଜ୍ୟରେ ଏବେ ଟମାଟୋ ଉତ୍ପାଦନ ହେଉନି ।

ବାହାର ରାଜ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି ବ୍ୟବସାୟୀ । ରାଜ୍ୟ ବାହାରୁ ଆସୁଥିବାରୁ ନିୟନ୍ତ୍ରଣ ବାହାରକୁ ଆସିଯାଇଛି ଦର । ଟମାଟୋ ଏବେ ନିତିଦିନିଆ ଆବଶ୍ୟକ ପରିବା ହୋଇଯାଇଛି । ତେଣୁ ଏପରି ଦରବୃଦ୍ଧି ଯୋଗୁଁ ଖାଉଟିଙ୍କୁ ବାଧୁଛି ।

ଉଚ୍ଚା ଦାମ ଯୋଗୁଁ ଅଳ୍ପ ପରିମାଣର ଟମାଟୋ କିଣି କାମ ଚଳାଇ ନେଉଛନ୍ତି ଗ୍ରାହକ । ଏପରିକି ବଜାରକୁ ମଧ୍ୟ ଅଧିକ ପରିମାଣର ଟମାଟୋ ଆସୁନାହିଁ । ଅଳ୍ପ କିଛି ପରିବା ଦୋକାନୀ ଟମାଟୋ ରଖୁଥିବା ଦେଖିବାକୁ ମିଳିଛି । କେବଳ ଟମାଟୋ ନୁହେଁ, ପରିବା ବଜାରରେ ନିଆଁ ଲାଗିଲାଗିଛି । ସବୁ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.