Latest Odisha News

BREAKING NEWS

ଭୁଶୁଡିଲା ବ୍ରିଜ, ଦେଖୁଦେଖୁ ଭାସିଗଲା ବହୁ ଗାଡି

ଭିଏତନାମ: ସୁପର ଟାଇଫୁନ ୟାଗି ଗତ ଶନିବାର ଭିଏତନାମରେ ସ୍ଥଳଭାଗ ଛୁଇଁବା ପରେ ଭୀଷଣ ବର୍ଷା ହୋଇଛି। ଯାହାର ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଛି।

ଏଥିରୁ ବାଦ ପଡିନି ବ୍ରିଜ। ଲାମ ଥାଓ ଓ ତାମ ନଙ୍ଗ ଜିଲ୍ଲାକୁ ସଂଯୋଗ କରୁଥିବା ଫୋଙ୍ଗ ଚାଉ ବ୍ରିଜ୍ ଦେଖୁଦେଖୁ ହଠାତ୍ ଭୁଶୁଡ଼ି ପଡୁଛି। ଯାହା ଫଳରେ ବ୍ରିଜ ଉପରେ ଚଳାଚଳ କରୁଥିବା ଅନେକ ଗାଡି ନିମିଷକେ ରେଡ୍ ନଦୀ ମଧ୍ୟକୁ ଖସିପଡୁଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ବ୍ରିଜ ଭୁଶୁଡିଲା ସମୟରେ ପଛରେ ଆସୁଥିବା ଟ୍ରକ୍ ଡ୍ରାଇଭରଙ୍କୁ ଗାଡ଼ି ଅଟକାଇବାକୁ ବି ସୁଯୋଗ ମିଳିନି। ଫଳରେ ଟ୍ରକ୍‌ଟି ନଦୀ ଭିତରେ ଖସିପଡ଼ିଥିଲା। କିନ୍ତୁ ସୌଭାଗ୍ଯବଶତଃ ଏକ ବାଇକ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

 

Comments are closed.