Latest Odisha News

BREAKING NEWS

ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିରଳ ନୀଳ ଚିଙ୍ଗୁଡି: ଦୁର୍ଲଭ ଜୀବକୁ ଦେଖି ଆଶ୍ଚର୍ଯ୍ୟ ହେଲେ ବିଶେଷଜ୍ଞ

ଦିଲ୍ଲୀ: ଆପଣମାନେ ଧଳା ଏବଂ  ଗାଢ଼ କଳା ରଙ୍ଗର ଚିଙ୍ଗୁଡ଼ି ଆପଣ ଖାଇଥିବେ ନିଶ୍ଚିତ । କିନ୍ତୁ ଆପଣ କେବେ ନୀଳ ରଙ୍ଗର ଚିଙ୍ଗୁଡ଼ି ଦେଖିଛନ୍ତି କି ? ହଁ ଆଜ୍ଞା କଥାଟା ଟିକିଏ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ଏହା ସତ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ  । ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ଦୁର୍ଲଭ ନୀଳ ଚିଙ୍ଗୁଡି ବା ବ୍ଲୁ ଲାବଷ୍ଟର ପଡିଛି  । ଯାହାକି ବ୍ରିଟେନରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଛି  । ଏହାକୁ ଡେବୋନ୍‌ର ପ୍ଲାଏମାଉଥ ସାଉଣ୍ଡରେ ଜଣେ ସ୍ଥାନୀୟ ମତ୍ସ୍ୟଜୀବୀ ଧରିଥିଲେ । ଏହାକୁ ଧରିଥିବା ମତ୍ସ୍ୟଜୀବୀ ‘ ଦ ସିପ୍ସ ପ୍ରୋଜେକ୍ଟ’ ନାମକ ଏକ ସଂସ୍ଥାକୁ ଏହି ଚିଙ୍ଗୁଡ଼ିକୁ ଦେଇଥିଲେ । ଏହା ପରେ ଏହି ସଂଗଠନର ଲୋକମାନେ ନୀଳ ଚିଙ୍ଗୁଡ଼ିକୁ ସମୁଦ୍ରରେ ଛାଡିଦେଇଥିଲେ ।

ଦ ସିପ୍ସ ପ୍ରୋଜେକ୍ଟର ସଦସ୍ୟ ମ୍ୟାଲୋରୀ ହାସ୍ କହିଛନ୍ତି ଯେ ସେ ଏହି ଦୁର୍ଲଭ ଜୀବକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ, ଯାହା ସେ ପୂର୍ବରୁ କେବେ ଦେଖି ନଥିଲେ । ନୀଳ ଚିଙ୍ଗୁଡ଼ିକୁ ଧରିବାର ସୌଭାଗ୍ୟ ପାଇବା ପରେ ଏହାକୁ ପୁନର୍ବାର ସମୁଦ୍ରରେ ଛାଡି ଦିଆଯାଇଥିଲା । ଆହୁରି ମଧ୍ୟ ସେ କହିଛନ୍ତି  ସେହି ଚିଙ୍ଗୁଡିଟି ବହୁତ ସୁନ୍ଦର ହୋଇଥିଲା  । ଯେଉଁ ମତ୍ସ୍ୟଜୀବୀ ଏହି ନୀଳ ଚିଙ୍ଗୁଡ଼ିକୁ ଦେଇଥିଲେ , ସେ କହିଥିଲେ ଯେ ଏହା ବିରଳ ହୋଇଥିବାରୁ ଏହାକୁ ପାଣି ଭିତରକୁ ଛାଡି ଦିଆଯାଉ । ବିଶ୍ୱାସ କରାଯାଏ ଯେ ଏହି ଚିଙ୍ଗୁଡ଼ି ପ୍ରାୟ ୫୦ବର୍ଷ ପୁରୁଣା ।  ସେପଟେ ଏହି ଘଟଣା ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି  । ମ୍ୟାଲୋରୀ କହିଛନ୍ତି, ‘ମୁଁ ନିଶ୍ଚିତ ନୁହେଁ ଯେ ନୀଳ ରଙ୍ଗର କାରଣ କଣ, କିନ୍ତୁ ମୁଁ ଭାବୁଛି ଏହା ପରିବେଶ କାରଣରୁ ହୋଇପାରେ ।

Leave A Reply

Your email address will not be published.