Latest Odisha News

BREAKING NEWS

ଅକ୍ଷରଧାମରେ ସ୍ୱାମୀ ନାରାୟଣଙ୍କୁ ଦର୍ଶନ କଲେ ଋଷି ସୁନକ୍

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ସକାଳେ ରାଜଧାନୀ ଦିଲ୍ଲୀ ସ୍ଥିତ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି । ସ୍ତ୍ରୀ ଅକ୍ଷତା ମୂର୍ତ୍ତିଙ୍କ ସହ ଅକ୍ଷରଧାମ ମନ୍ଦିରରେ ରିଷି ସୁନକ ପହଞ୍ଚିଛନ୍ତି । ସେଠାରେ ମନ୍ଦିରରେ ପୂଜା ଓ ଆଳତି କରିଥିଲେ ଦୁହେଁ । ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଝିପ୍‌ଝିପ୍ ବର୍ଷାରେ ସକାଳୁ ସକାଳୁ ସୁନକ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ ମନ୍ଦିରରେ ପହଞ୍ଚି ସ୍ବାମୀ ନାରାୟଣଙ୍କ ଦର୍ଶନ କରିଥିଲେ । ଦୁହେଁ ପ୍ରଭୁଙ୍କୁ ଜଳାଭିଷେକ କରିବା ସହିତ ଆଳତୀ ଓ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ପୂଜକ ତାଙ୍କୁ ମନ୍ଦିରର ଚତୁଃପାର୍ଶ୍ବରେ ବୁଲାଇ ଦେଖାଇଥିଲେ । ଅକ୍ଷରଧାମ ମନ୍ଦିରରେ ପ୍ରଧାନମନ୍ତ୍ରୀ ସୁନକ ପାଖାପାଖି ୧ ଘଣ୍ଟା ବିତାଇଥିବା ସୂଚନା ମିଳିଛି । ଏହାପରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ରାଜଘାଟ ଅଭିମୁଖେ ବାହାରି ଯାଇଥିଲେ । ତାଙ୍କର ଗସ୍ତ ପାଇଁ ପୋଲିସ ପ୍ରଶାସନ ପକ୍ଷକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଖାଲି ପାଦରେ ଚାଲି ଚାଲି ମନ୍ଦିର ଭିତରକୁ ଯାଇଥିବା ପୂଜକ କହିଛନ୍ତି ।

ସ୍ୱାମୀ ନାରାୟଣଙ୍କୁ ଦର୍ଶନ କରିବା ପରେ ଋଷି ସୁନକ୍ ସେଠାରେ ଥିବା ପର୍ଯ୍ୟଟକ ଡାଏରୀରେ ନିଜର ବିଶେଷ ବାର୍ତ୍ତା ଲେଖିଛନ୍ତି । ସେ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ଯେ, ‘ସବୁଧୈବ କୁଟୁମ୍ବକମ୍ ଭାବନାରେ ମନ୍ଦିର ସମିତି ଓ ଉପସ୍ଥିତ ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି । ଜି-୨୦ ଶିଖର ସମ୍ମିଳନୀ ଦୁନିଆକୁ ଶାନ୍ତି, ଧାର୍ମିକ ସମୃଦ୍ଧି ଓ ସମନ୍ବୟ କ୍ଷେତ୍ରରେ କାମ କରିବାର ମାର୍ଗଦର୍ଶନ କରିବା ଏକ ଭଲ ପଦକ୍ଷେପ ବୋଲି ଲେଖିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ।

Leave A Reply

Your email address will not be published.