Latest Odisha News

BREAKING NEWS

ୟୁଏସ ଓପନ ଟେନିସ: ଆମେରିକାର କୋକୋ ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ

ୱାଶିଂଟନ: ଆମେରିକାର ଯୁବ ଟେନିସ ଖେଳାଳି କୋକୋ ଗଫ ୟୁଏସ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ୧୯ ବର୍ଷୀୟା ଗଫ ଫାଇନାଲରେ ବେଲାରୁଷର ଏରିନା ସେବଲେଙ୍କାଙ୍କୁ ୨-୬, ୬-୩ ଓ ୬-୨ ସେଟରେ ପରାସ୍ତ କରିଥିଲେ । ୨୦୧୭ ପରେ ପ୍ରଥମ ଆମେରିକୀୟ ଖେଳାଳି ଭାବେ ଗଫ ଟାଇଟଲ ହାସଲ କରିଛନ୍ତି । ସୋଲନ ଷ୍ଟିଫାନ ଶେଷ ଥର ପାଇଁ ଏହି ଟାଇଟଲ ହାସଲ କରିଥିଲେ । ଗଫ ଓ ସେବଲେଙ୍କାଙ୍କ ମଧ୍ୟରେ ଏହା ଷଷ୍ଠ ମୁକାବିଲା ଥିଲା । ଗଫ ୪ ଥର ଓ ସେବେଲେଙ୍କା ୨ଥର ବିଜୟ ହାସଲ କରିଛନ୍ତି । ପ୍ରଥମ ସେଟରେ ଗଫ ହାରିବା ପରେ ଜବରଦସ୍ତ ପ୍ରତ୍ୟାବର୍ତନ କରି ବାକି ୨ଟି ସେଟ ଜିତି ବିଜୟ ହାସଲ କରିଥିଲେ ।

୧୯୯୯ରେ ସେରେନା ୱିଲିୟମ୍ସ ଟିନେଜର ଭାବେ ଟାଇଟଲ ହାସଲ କରିଥିଲେ । ଏହାର ୨୪ ବର୍ଷ ପରେ ଗଫ ଏହି ସଫଳତା ହାସଲ କରିଛନ୍ତି । ଅପରପକ୍ଷରେ ସେବଲେଙ୍କା ଚଳିତ ବର୍ଷ ଅଷ୍ଟ୍ରେଲିଆନ ଓପନ ଟାଇଟଲ ହାସଲ କରିଥିଲେ ଏଥିରେ କିନ୍ତୁ ନିରାଶ ହୋଇଛନ୍ତି । ୨୦୨୧ରେ ସେ ଅଷ୍ଟ୍ରେଲିଆନ ଓପନ ଓ ୨୦୧୯ରେ ମହିଳା ଡବଲ୍ସ ଟାଇଟଲ ସେ ଜିତି ସାରିଛନ୍ତି ।

Leave A Reply

Your email address will not be published.