ରାଜସ୍ଥାନ: ନିଜ ଶ୍ୱଶୁରଙ୍କ ଶେଷ ଇଛା ପୂରଣ କଲେ ଜ୍ୱାଇଁ । ବର ବେଶରେ ସଜ୍ଜିତ ହୋଇ ହେଲିକ୍ଟପରରେ ଆସିଲେ । ଆଉ ଯୌତୁକ ବାବଦକୁ ନେଲେ ମାତ୍ର ୧ ଟଙ୍କା ଓ ଗୋଟିଏ ନଡ଼ିଆ । ଏଭଳି ଏକ ବିରଳ ବିବାହକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।
ରାଜସ୍ଥାନ ଅଲୱାର ମାଧୋଗଡ ଗ୍ରାମର ବାସିନ୍ଦା ରବିନ ସିଂହ ରାଜୱାତ । ସେ ଭାରତୀୟ ସେନାରେ କାମ କରନ୍ତି । ତାଙ୍କର ନିକଟସ୍ଥ ରିୟାୱାଡି ତହସିଲ ଅନ୍ତର୍ଗତ ବନୱାଡା ଗ୍ରାମର ଜଣେ ଯୁବତୀଙ୍କ ସହ ବିବାହ ଠିକ୍ ହେଲା । ଯୁବତୀଙ୍କ ବାପାଙ୍କ ଇଛା ଥିଲା ତାଙ୍କ ଝିଅକୁ ଯିଏ ବିବାହ କରିବ ସେ ହେଲିକ୍ପ୍ଟରରେ ବରବେଶରେ ଆସି ତାଙ୍କ ଝିଅକୁ ନେବ । ହେଲେ ଦୁଃଖର ବିଷୟ ଝିଅର ବିବାହ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଗଲା । ଏହା ଜାଣିବା ପରେ ରବିନ୍ ତାଙ୍କ ଭାବି ଶ୍ୱଶୁରଙ୍କ ଇଛା ପୂରଣ କରିବାକୁ ନିଷ୍ପତ୍ତି ନେଲେ । ଏନେଇ ସେ ନିଜ ଘର ଲୋକଙ୍କ ସହ ଆଲୋଚନା କଲେ । ରବିନଙ୍କ ଏହି କଥାରେ ତାଙ୍କ ଘର ଲୋକ ସମର୍ଥନ କଲେ । ପରେ ରବୀନ ହେଲିକପ୍ଟର ବୁକ୍ କଲେ । ବିବାହ ଦିନ ବରବେଶରେ ସଜ୍ଜିତ ହୋଇ ବରଯାତ୍ରୀ ଧରି ହେଲିକ୍ପ୍ଟରରେ କନିଆ ଘରେ ପହଞ୍ôଚଲେ । ବର ଓ ବରଯାତ୍ରୀଙ୍କୁ ଦେଖିବା ପାଇଁ ଗ୍ରାମରେ ଭିଡ଼ ଜମିଲା । ଏମିତି କି ଗ୍ରାମବାସୀ ହେଲିକ୍ପ୍ଟର ଆଗରେ ସେଲଫି ନେବାକୁ ଲାଗିଲେ । ଧୁମ୍ଧାମ୍ରେ ଆୟୋଜିତ ହେଲା ବିବାହ । ହେଲିକ୍ପ୍ଟରରେ କନିଆକୁ ଧରି ବିଦାୟ ମଧ୍ୟ ନେଲେ । ସବୁଠୁ ବଡ଼ କଥା ହେଲା, ଯୌତୁକ ବାବଦକୁ ରବିନ୍ ମାତ୍ର ୧ ଟଙ୍କା ଓ ଗୋଟିଏ ନଡ଼ିଆ ନେଇଥିଲେ । କନ୍ୟାପକ୍ଷରୁ ତାଙ୍କୁ ନଗଦ ୫ ଲକ୍ଷ ଟଙ୍କା ଯୌତୁକ ଦିଆଯାଇଥିଲା । ହେଲେ ବର ଘର ଲୋକେ ଏହାକୁ ନେବାକୁ ରୋକ୍ଠୋକ୍ ମନା କରି ଦେଇଥିଲେ । ବରର ପିତା ନନ୍ଦ ସିଂ ରାଜୱାତ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଗୋଟିଏ ଝିଅକୁ ବିବାହ ଦେବାକୁ ଗୋଟେ ବାପା ବହୁତ କଷ୍ଟ କରିବାକୁ ପଡ଼ିଥାଏ । ତେଣୁ ସବୁ ପୁଅ ଘର ଲୋକ ବିନା ଯୌତୁକରେ ବିବାହ କରିବା ଉଚିତ୍ । ରବିନ ଓ ତାଙ୍କ ପରିବାରର ଏପରି କାର୍ଯ୍ୟକୁ ଗ୍ରାମବାସୀ ବେଶ୍ ପ୍ରଶଂସା କରିଛନ୍ତି । ଏହି ବିବାହ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
BREAKING NEWS
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
- ଜମି ଭାଗ ପାଇଁ ଡବଲ ମର୍ଡର; ନିଜ ବଡ଼ ଭାଇ ଓ ମା’ଙ୍କୁ ହତ୍ୟା…
- ‘ଗ୍ଲୋବାଲ ସମିଟ୍ ଅନ୍ ବ୍ଲୁ ଇକୋନୋମି ୨୦୨୬’ ଉଦଘାଟିତ; ନୀଳ ଅର୍ଥନୀତି କ୍ଷେତ୍ରରେ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକତ୍ରିତ…
- ଆଇସିସି ଟି୨୦ ବିଶ୍ୱକପ ୨୦୨୬: ୧୫୦୦ କୋଟିରୁ ଊର୍ଦ୍ଧ୍ୱ ଆୟ
- ପିଏମ୍ କିଷାନ ଉତ୍ସବ ଦିବସ; ଓଡିଶାର ୩୪ ଲକ୍ଷରୁ ଉର୍ଦ୍ଧ୍ୱ କୃଷକ ପାଇଲେ ୬୮୪ କୋଟି
- ଭୟାବହ ଯୁଦ୍ଧ ସ୍ଥିତି ପାଇଁ ‘ଇଫ୍ତାର ଓ ଇଦ୍ ମିଲନ’ ପାଳନ କରିବନି ବିଜେଡି…
Comments are closed.