Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ, ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ମା ବିମଳାଙ୍କ ଷୋଳପୂଜା, ଶାକ୍ତ ଗୁଣ୍ଡିଚା, ଓ ଦୈନିକ ପୂଜା ଵିଧି ବିଷୟରେ ଆମେ କିଛି କିଛି ଅବଗତ ହୋଇଛେ । ଆଜି ଆଲୋଚନା କରିବା ଦେବୀଙ୍କର ବିଭିନ୍ନ ବେଶ (ଦୈନିକ ଓ ପାର୍ବଣ ) ବିଷୟରେ। ଆପଣମାନେ ଜାଣିଥିବେ ପ୍ରଭୁ ଶ୍ରୀଜଗନ୍ନାଥ ବେଶ (ସିଂହାର ) ପ୍ରିୟ, ତେଣୁ ତାଙ୍କର ଭୈରବୀ ସ୍ୱରୂପା ମା ବିମଳାଙ୍କ ବେଶ ପରମ୍ପରା ମଧ୍ୟ ନିଆରା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବେଶରେ ପୁଷ୍ପ ଅଳଙ୍କାରର ପ୍ରାଧାନ୍ୟ ଥିବା ବେଳେ ମା ବିମଳାଙ୍କ ବେଶରେ ସ୍ବର୍ଣ୍ଣ ଅଳଙ୍କାରର ପ୍ରାଧାନ୍ୟ ଦେଖାଯାଏ। ଦୈନଦିନ ମା ଙ୍କୁ ଲାଗି କରାଯାଉଥିବା ସ୍ଵର୍ଣ ଅଳଙ୍କାର ଗୁଡିକ ହେଲା ସୁବର୍ଣ୍ଣ କିରୀଟି, ନାକଫୁଲ, କାନଫୁଲ, କାପ, ଚୁଡ଼ି, ଅନନ୍ତ ବ୍ରତ, ବାଜୁ, କିଆ, ତ୍ରିନେତ୍ର, ନେତ୍ର, ଚାପ ସରି, କଣ୍ଠିମାଳ, ହରିଡ଼ା କଣ୍ଠି ମାଳ (୩ )ଗୋଟି, ବଟ ଫଳ, ବକ୍ଷ ସ୍ଥଳ ପଦ୍ମ, ପାଦର ମୁଦ୍ରିକା, ପାଦର ନଖ, ଇତ୍ୟାଦି। ଉପରଲିଖିତ ଅଳଙ୍କାର ବ୍ୟତୀତ ଷୋଳପୂଜା ସମୟରେ ମା କେତେକ ସ୍ୱତନ୍ତ୍ର ସ୍ଵର୍ଣ ଅଳଙ୍କାର ମଧ୍ୟ ପରିଧାନ କରନ୍ତି । ସେଗୁଡିକ ହେଲା, ତ୍ରିମୁଣ୍ଡିଆ କମରପଟି, ଝୋବାକଣ୍ଠି, ସୁଉକି ମାଳ, ଚମ୍ପାକଢି ମାଳ, କୁରୁଜାତକ ମାଳ, ବଡ଼ମୁଣ୍ଡ ମାଳି, ସାନ ମୁଣ୍ଡ ମାଳି, ନୋଥ, ଅଷ୍ଟ ରତ୍ନ ଗୁଣା, ଦଣ୍ଡି, ଉପଚାର, ସେବତୀହାର
ପଦ୍ମ ହାର (୫ )ଗୋଟି। ସମୟ ସମୟରେ ମଧ୍ୟ ରୁପା ପଦ୍ମ ହାର ଧାରଣ କରିଥାନ୍ତି। ଶ୍ରୀମନ୍ଦିର ସତ୍ୱଲିପିରେ ବର୍ଣ୍ଣିତ ରତ୍ନ ଅଳଙ୍କାର ଯାହା ଶ୍ରୀମନ୍ଦିର ଭଣ୍ଡାରରେ ମହଜୁଦ ଅଛି ତାର ତାଲିକା ଏହିପରି ଅଟେ ।
୧ . ସୁନା ପଦମାଳି ୧୨ ଗଣ୍ଡା ୨ ଟି
୨ . ସୁନା ପଦମାଳି ୧୦ ଗଣ୍ଡା
୩ . ସୁନା ପଦମାଳି ୨ କିତା (୧୬ ଗଣ୍ଡା)
୪ . ସୁନା ପଦମାଳି ୬ ଗଣ୍ଡା
୫ . ସୁନା ପଦମାଳି ୪ ଗଣ୍ଡା ଓ ପଦକ
୬ . କୁରୁଜାତକ ମାଳି 9ଗଣ୍ଡା ଓପଦକ
୭ . ଚମ୍ପାକଢି ମାଳି ୧୪ ଗଣ୍ଡା ୨ ପଦକ
୮ . ମୁଣ୍ଡମାଳ ୧୦ ଗଣ୍ଡା
୯ . ସାନ ମୁଣ୍ଡ ମାଳ 6ଗଣ୍ଡା ୩ ଟି
୧୦ . ସୁନା କମର ୧ ଗୋଟି

ଏହି ତାଲିକାରେ ବର୍ଣ୍ଣିତ ସୁନା ପଦମାଳି ଗୁଡିକ ପରସ୍ପରଠାରୁ ଆକାର ଓ ଓଜନରେ ଭିନ୍ନ ତେଣୁ ଅଲଗା ଅଲଗା ଲେଖା ଯାଇଛି. ଆଗାମୀ ଅଧ୍ୟାୟରେ ମା ବିମଳାଙ୍କ କିରୀଟି ଓ ନୋଥ ସମ୍ପର୍କରେ ଥିବା ସତ୍ୟ କାହାଣୀ ଜାଣିବା। ଏବେ କରିବା ଆରାଧନା ଓ ଭାଗବତ ପଠନ ।

ମୋର ପୂଜାରେ ଏକ ମତି
କରିବ ନାନା ମତେ ସ୍ତୁତି ।
ଆଦରେ ସେବା ତତପର
ସାଷ୍ଟାଙ୍ଗେ କରି ନମସ୍କାର ।
ଆବର ଯେ ମୋର ଭକତ
ତାହାର ପୂଜା କର୍ମେ ରତ ।
ମୋତେ ଦେଖିବ ସର୍ବ ଭୁତେ
ନିରତେ ଥିବ ପ୍ରାଣୀ ହିତେ ।

ଜୟ ମା ବିମଳା, ଜୟ ଜଗନ୍ନାଥ
(ଦ. ତ୍ରି. ଉବାଚ )

Leave A Reply

Your email address will not be published.