Latest Odisha News

BREAKING NEWS

୭.୫ ଗ୍ରାମ ବ୍ରାଉନ ସୁଗାର ଜବତ, ୪ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଛତିଆ ଅଂଚଳରେ ମେଲିଛି ଧଳା ଜହର କାରବାର । ଏହି କାରବାରର ପର୍ଦ୍ଦାଫାଶ କରିଛି ଯାଜପୁର ଜିଲ୍ଲା ବୈରୀ ପୋଲିସ । ଜିଲ୍ଲା ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ଛତିଆ କମ୍ପାନୀ ବଜାରରେ ଚଢଉ କରି ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ସୋଲର, ବାଲିଚନ୍ଦ୍ରପୁର ଓ ଛତିଆ ଅଞ୍ଛଳର ବୋଲି ଜଣାପଡିଛି ।

ସୂଚନାନୁସାରେ, ଲଗାତାର ଭାବେ ଛତିଆ ଅଞ୍ଚଳରେ ବ୍ରାଉନ ସୁଗାର କାରବାର ବୃଦ୍ଧି ପାଉଥିବା ପୋଲିସ ଅଭିଯୋଗ ପାଉଥିଲା । କୌଣସି ସୂତ୍ରରୁ ଖବର ପାଇ ବୈରୀ ପୋଲିସ କମ୍ପାନୀ ବଜାର ଅଞ୍ଚଳରେ ଚଢାଉ କରିଥିଲା । ଚଢାଉ ବେଲେ ପୋଲିସ ୪ଜଣଙ୍କୁ ଗିରଫ କରିବା ସହ ୩ଟି ବ୍ରାଉନସୁଗାର ପ୍ୟାକେଟ୍ , ନଗଦ ୪,୫୦୦ ଟଙ୍କା ଓ ୪ଟି ସ୍ମାର୍ଟ ଫୋନ୍ ଜବତ କରିଛି ।

Leave A Reply

Your email address will not be published.