Latest Odisha News

BREAKING NEWS

ରାଜଧାନୀରେ ୬୦ ଗ୍ରାମର ବ୍ରାଉନ ସୁଗାର ଜବତ, ବି.ଟେକ୍ ଛାତ୍ର ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରରୁ ଅବକାରୀ ବିଭାଗ ୬୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ବି.ଟେକ୍ ଛାତ୍ରଙ୍କୁ ମଧ୍ୟ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ପଟିଆ ନିକଟସ୍ଥ ବିଗବଜାର ଅଞ୍ଚଳରୁ ଚଢାଉ ବେଳେ ଅବକାରୀ ବିଭାଗ ସମ୍ପୃକ୍ତ ଛାତ୍ରଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ମାଦକ ଦ୍ରବ୍ୟ ମଧ୍ୟ ଜବତ କରିଛି ।

ପ୍ରାଥମିକ ତଦନ୍ତ ପରେ ଉକ୍ତ ଛାତ୍ର ଜଣଙ୍କ ସହରର ବିଭିନ୍ନ ସ୍ଥାନରେ ବ୍ରାଉନ ସୁଗାରର ହୋମ୍ ଡେଲିଭରି କାର୍ଯ୍ୟରେ ସମ୍ପୃକ୍ତି ରହିଥିଲା ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.