Latest Odisha News

BREAKING NEWS

ଭୁବନେଶ୍ୱରରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିନିକିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ସେ ସକାଳ ପ୍ରାୟ ୧୦ଟା ୪୫ମି.ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହି ଅବସରରେ ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା ଜୟଦେବ ଜେନା, ପ୍ରଦୀପ ମାଝୀଙ୍କ ସମେତ ବିମାନବନ୍ଦରରେ ଉପସ୍ଥିତ ଅନେକ ଦଳୀୟ ନେତା ଓ କର୍ମୀମାନେ ରାହୁଲଙ୍କୁ ସ୍ୱାଗତ ଜଣାଇଥିଲେ।

ସେଠାରୁ ରାହୁଲ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ହୋଟେଲ୍ ମେଫେୟାରରେ ପହଞ୍ଚିଛନ୍ତି, ଯେଉଁଠାରେ ତାଙ୍କୁ ଅଗ୍ରଣୀ ସମ୍ବାଦପତ୍ର ‘ସମାଜ’ର ଟାଉନହଲ୍ କାର‌୍ୟ୍ୟକ୍ରମରେ ଯୋଗ ଦେବେ। ଏହା ପରେ ପରେ ସେ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ କରିବେ।

ଆହୁରି ମଧ୍ୟ ସେଠାରୁ ରାହୁଲ ଗାନ୍ଧୀ ଅପରାହ୍ନ ୨ଟା ୧୫ମି.ରେ ‘ତମାଣ୍ଡୋ’ ମିନି ଷ୍ଟାଡ଼ିୟମରେ ‘ପରିବର୍ତ୍ତନ ସଂକଳ୍ପ ସମାବେଶ’ରେ ଦଳୀୟ କର୍ମୀ ତଥା ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧନ କରିବେ। ପରବର୍ତ୍ତୀ ସମୟରେ ରାହୁଲ କଂଗ୍ରେସ ଭବନରେ ହାଲ୍ ଓ ବିଏସଏନଏଲ୍ କର୍ମଚାରୀଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ସମସ୍ତ କାର୍ଯ୍ୟକ୍ରମ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାଖାପାଖି ୫ଟା ୧୫ମି. ସମୟରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.