Latest Odisha News

BREAKING NEWS

ରାଉରକେଲାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ରେଳ ସେବା ବାଧାପ୍ରାପ୍ତ

ରାଉରକେଲା : ରାଉରକେଲା ରୁଟ୍ ଦେଇ ଯାଉଥିବା ଏକ ମାଲବାହୀ ଟ୍ରେନ୍ କୌଣସି କାରଣବଶତଃ ଲାଇନଚ୍ୟୁତ ହେବାରୁ ସେହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ଏହି ମାଲବାହୀ ଟ୍ରେନଟି ରାଉରକେଲା ଅଭିମୁଖେ ଯାଉଥିବା ବେଳେ ଇଷ୍ଟକୋଷ୍ଟ ରେଲୱେ ଡିଭିଜନ ଅନ୍ତର୍ଗତ ବଣ୍ଡମୁଣ୍ଡା ଜଙ୍କସନ ନିକଟରେ ଏହାର ୫ଟି ୱାଗନ୍ ସମେତ ଗାର୍ଡ କ୍ୟାବିନଟି ଡି କ୍ୟାବିନ୍ ନିକଟରେ ଲାଇନଚ୍ୟୁତ ହୋଇଯାଇଥିଲା ।

ଘଟଣା ସମ୍ପର୍କରେ ଖବର ପାଇ ରେଲୱେର ଏକ ଷ୍ଟାଫ୍ ଟିମ୍ ବଣ୍ଡମୁଣ୍ଡାରେ ପହଞ୍ଚିଥିଲା । ରେଳ ଧାରଣାର ମରାମତି କରିବା ଲାଗି ଉଦ୍ୟମ ଜାରି ରହିଛି ଏବଂ ଖୁବଶୀଘ୍ର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ରେଳ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.