ପୁରୀ: ବ୍ରାଉନସୁଗର କାରବାର ଉପରେ ପୋଲିସର ନଜର । ପୁରୀ ବାସେଳିସାହୀ ପୋଲିସ ହାତରେ ଧରାପଡିଛନ୍ତି ବ୍ରାଉନସୁଗାର ବେପାରୀ । ଏସଟିଏଫ୍ ଓ ବାସେଳୀସାହି ପୋଲିସ ଚଢାଉ କରି ୧୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏହାସହ ଲୋକନାଥ ରୋଡ ଜଙ୍ଗଲ ନିକଟରୁ ୫ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି ପୋଲିସ ।
ବେପାରୀଙ୍କ ଠାରୁ ୪ହଜାର ଟଙ୍କା , ମୋବାଇଲ ଓ ଦୁଇଟି ବାଇକ ଜବତ କରିଛି ପୋଲିସ । ଏହି ବ୍ରାଉନସୁଗର କାରବାରର ମୁଖ୍ୟ କିଙ୍ଗପିନ ହେଉଛି ଖୋର୍ଦ୍ଧା ଦଳେଇପୁଟର ପ୍ରଦୀପ କୁମାର ବେହେରା ।
ପ୍ରଦୀପ ନିଜ ସହଯୋଗୀ କାଳନ୍ଦୀ ବେହେରା ନିତ୍ୟାନନ୍ଦ ବିଶ୍ୱାଳଙ୍କ ସମେତ ପୁରୀରେ ରାଜେଶ ପ୍ରଧାନ ଓ ପ୍ରଶାନ୍ତ ବେହେରାଙ୍କ ସହ ମିଶି ଏହି ବ୍ରାଉନସୁଗାର କାରବାର କାରବାର କରୁଥିଲେ । ପୁରୀ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ଏହି ଚଢାଉ ଜାରି ରହିବ ବୋଲି ସିଟି ଡିଏସପି କହିଛନ୍ତି ।
Comments are closed.