ଭୁବନେଶ୍ବର: ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ। ମୈତ୍ରୀବିହାର ଥାନା ଅଞ୍ଚଳରେ କାରବାର ବେଳେ ଧରିଛି ପୋଲିସ । ୨୫୪ ଗ୍ରାମ୍ ବ୍ରାଉନ୍ସୁଗାର ସହ ତିନୋଟି ବାଇକ୍ ଓ ୩ ହଜାର ଟଙ୍କା ଜବତ କରିଛି ପୋଲିସ ।
ପୋଲିସ ଅତର୍କିତ ଚଢ଼ଉ କରି ୨୫୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ପୋଲିସ ଅତର୍କିତ ଚଢ଼ଉ କରି ୨୫୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ମହାପାତ୍ର ଏବଂ ଶିବାନନ୍ଦ ସହ ଗିରଫ ସମ୍ପଦ କୁମାର ଦାସ, ମଲ୍ଲିକ ସଇଦ ଅଲ୍ଲୀ, ସଦାଶିବ ଜଗଦେବ ।
୫ ଅଭିଯୁକ୍ତଙ୍କ ଭିତରୁ ଜଣେ ହେଉଛି ରାଜେନ୍ଦ୍ର ମହାପାତ୍ର ,ତାଙ୍କର ନାଁରେ ୨ ଟି ମାମଲା ରହିଛି । ଶିବାନନ୍ଦ ନାଁରେ ମଧ୍ୟ ଜଟଣୀ ଥାନା ଅଧୀନରେ ରହିଛି ଅପରାଧିକ ମାମଲା ରୁଜୁ ହୋଇଛି ।
ଖବରମୁତାବକ, ମୈତ୍ରୀବିହାର ସାଲିଆ ସାହି ନିକଟରେ ଧଳା ଜହର କାରବାର ପାଇଁ ଏମାନେ ଲୁଚି ଥିବାବେଳେ ପୋଲିସ ସେମାନଙ୍କୁ ମାଡ଼ି ବସିଥିଲା ।
Comments are closed.