କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ପୁଣି ସଫଳତା ମିଳିଛି । କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଏହାସହିତ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ବ୍ରାଉନ ସୁଗାରର ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ଖବର ଅନୁଯାୟୀ, ମଙ୍ଗୁଳି ଛକ ନିକଟରେ ବ୍ରାଉନସୁଗାର କାରବାର ନେଇ ଅବକାରୀ ବିଭାଗକୁ ଗୁଇନ୍ଦା ସୂଚନା ମିଳିଥିଲା । ଯାହାକୁ ଆଧାର କରି ଅବକାରୀ ବିଭାଗ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି ।
ସେହିପରି ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଦୁଇ ଅଭିଯୁକ୍ତ ହେଲେ ବାସୁଦେବ ଦାସ ଓ ସରୋଜ କୁମାର ରାଉତ ବୋଲି ଜଣାପଡିଛି ।
Comments are closed.