Latest Odisha News

ଜଳେଶ୍ବରରୁ ୨୬୦ ଗ୍ରାମ୍ ବ୍ରାଉନ ସୁଗର ଜବତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଳେଶ୍ବରରୁ ୨୬୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଗୁପ୍ତଚରଙ୍କ ସୂଚନା ଆଧାରରେ ଭୋଗରାଇ ପୁଲିସ ଓ ଅବକାରୀ ବିଭାଗ ଦ୍ବାରା ବାଲେଶ୍ବର ଜିଲ୍ଲାର ଜଳେଶ୍ବରର କମର୍ଦ୍ଦା ରୋଡରେ ଚଢାଉ କରାଯାଇଥିଲା। ସେଠାରେ ଡିଲ୍ ଚାଲିଥିବା ବେଳେ ୨୬୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଘଟଣାସ୍ଥଳରୁ ଦେବେନ୍ଦ୍ର କୁମାର ବେହେରା ନାମକ ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରାଯାଇଥିଲା।

 

Comments are closed, but trackbacks and pingbacks are open.